ଓଡିଶା

odisha

ETV Bharat / state

ଶୋ’କେଶ ଓଡିଶା ଆୱାର୍ଡସ ଦ୍ୱାରା ୪ ଓଡ଼ିଆ ସମ୍ମାନିତ

ଶୋ’କେଶ ଓଡ଼ିଶା ଆୱାର୍ଡସର ନବମ ସଂସ୍କରଣ ଉନ୍ମୋଚିତ । ଏହି ଆଓ୍ବାର୍ଡରେ ୪ଜଣ ଓଡ଼ିଆ ସମ୍ମାନିତ । ଅଧିକ ପଢ଼ନ୍ତୁ

9th Showcase Odisha Awards
9th Showcase Odisha Awards

By ETV Bharat Odisha Team

Published : Sep 27, 2023, 8:03 AM IST

ଭୁବନେଶ୍ବର:ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ପାର୍କ ହୟାତରେ ବହୁ ପ୍ରତିକ୍ଷୀତ ଶୋ’କେଶ ଓଡିଶା ଆୱାର୍ଡସର ନବମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଶୋ’କେଶ ଓଡିଶା ଆୱାର୍ଡସରେ ସମ୍ମାନିତ କରାଯାଇଛି । ପ୍ରିଲ୍ୟୁଡ୍‌ ଦ୍ୱାରା ପରିକଳ୍ପିତ ଓ ପରିଚାଳିତ ଏହି ଗ୍ରାଣ୍ଡ ଇଭେଣ୍ଟ୍‌ ଏକ ଚମତ୍କାର ସଫଳତା ହାସଲ କରିଛି । ଯାହା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଓଡ଼ିଆଙ୍କ ଉଲ୍ଲେଖନୀୟ ପ୍ରତିଭା ଓ ଯୋଗଦାନକୁ ପାଳନ କରିଛି ।

ତେବେ ଏହି ସମ୍ମାନ ହାସଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ କ୍ରୀଡ଼ା ଦୁନିଆରେ ନିଜର ଚମତ୍କାର ସଫଳତା ପାଇଁ ପରିଚିତ ଜଣେ ଲୋକପ୍ରିୟ ଆଥଲେଟ୍‌ ଅଶ୍ୱିନୀ କୁମାର ଆଚାର୍ଯ୍ୟ, ମେଡିସିନ୍‌ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ଉତ୍ସର୍ଗୀକୃତ ଓ ପ୍ରତିଷ୍ଠିତ ଡାକ୍ତର ଡ. ରୀନା ଦାସ, ଶକ୍ତିଶାଳୀ ନେତୃତ୍ୱ ଓ ଔଦ୍ୟୋଗିକ ସଫଳତା ପାଇଁ ଆରେଟିନ୍ସର ସହ-ପ୍ରତିଷ୍ଠାତା ଓ ସିଇଓ ମହେଶ କୁମାର ଅଗ୍ରୱାଲ ଏବଂ କର୍ପୋରେଟ୍‌ ଦୁନିଆରେ ନିଜର ଯୋଗଦାନ ପାଇଁ ଜେ.ଏଲ୍‌.ଏଲ ଇଣ୍ଡିଆର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ସନ୍ଦିପ ପଟ୍ଟନାୟକ ସାମିଲ ହୋଇଛନ୍ତି । ଶୋ’କେଶ ଓଡ଼ିଶା ଆୱାର୍ଡସର ନବମ ସଂସ୍କରଣ ପ୍ରଥମ ଥର ପାଇଁ ସିଏସଆର ଆୱାର୍ଡର ଶୁଭାରମ୍ଭ କରିଛି । ଏହି ଆୱାର୍ଡ ସିଏସଆର କାର୍ଯ୍ୟକୁ ସାମାଜିକ ଦାୟିତ୍ୱବୋଧତା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିଥିବା ସଂସ୍ଥାଗୁଡିକୁ ସମ୍ମାନିତ କରିଛି ।

ଏହି କାର୍ଯ୍ୟକ୍ରମରେ ୩ଟି ପ୍ରତିଷ୍ଠିତ ସଂସ୍ଥାକୁ ସିଏସଆର ଆୱାର୍ଡ ପ୍ରଦାନ କରାଯାଇଛି । ସେଗୁଡିକ ହେଲା ଓଡିଶା ମାଇନିଙ୍ଗ କର୍ପୋରେଶନ, ପାରାଦ୍ବୀପ ଫସଫେସଟ ଲିମିଟେଡ ଓ ଜିନ୍ଦଲ ଗ୍ରୁପ । ଏହି ସଂସ୍ଥାଗୁଡିକୁ ସାମାଜିକ ଦାୟିତ୍ୱବୋଧତା ଓ ସମୁଦାୟ ବିକାଶ ପ୍ରତି ସେମାନଙ୍କର ଚମତ୍କାର ଯୋଗଦାନ ପାଇଁ ପ୍ରଶଂସା କରାଯାଇଛି । ପ୍ରିଲ୍ୟୁଡ ଇଭେଣ୍ଟସର ନିର୍ଦ୍ଦେଶକ ସତ୍ୟବ୍ରତ ରଥ କହିଛନ୍ତି ଯେ, ‘ଶୋ’କେଶ ଓଡିଶା ଆୱାର୍ଡସର କେବଳ ଏକ ଇଭେଣ୍ଟ ନୁହେଁ । ବରଂ ଏହା ‘ଓଡିଶା ଭିଜନ ଫର ୨୦୩୬’ର ଏକ ଅଂଶ । ସମ୍ମିଳନୀ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିଛି । ପ୍ରତିଭାବାନ ଓଡିଆମାନଙ୍କ ସଫଳତାକୁ ସେଲିବ୍ରେଟ କରିଛି । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଛବିକୁ ନୂଆ ରୂପ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ- National Teachers Award 2023: ଓଡିଶାର 4 ଜଣ ଶିକ୍ଷକଙ୍କ ସମେତ 75 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଶୋ’କେଶ ଓଡ଼ିଶା ଆୱାର୍ଡସରେ ୩ଟି ପ୍ରମୁଖ ଶିଳ୍ପ ଉଦ୍ୟୋଗିତା ଓ ଷ୍ଟାର୍ଟଅପ୍‌, ହସ୍ପିଟାଲିଟି ଓ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ ଆଦିରୁ ସକ୍ରିୟ ଅଂଶଗ୍ରହଣର ସାକ୍ଷୀ ହୋଇଛି । ଏଠାରେ ଟିଆଇଇ ଭୁବନେଶ୍ୱର ଓ ଟିଆଇଇ ହାଇଦ୍ରାବାଦ ଏବଂ ଷ୍ଟାର୍ଟଅପ୍‌ ସେକ୍ଟରର ପ୍ରତିନିଧିତ୍ୱ କରିଥିଲେ । ଯିଏକି ଅଭିନବ ବିଚାରଧାରା ଓ ଭବିଷ୍ୟତର ବିଜନେସ୍‌ ଲିଡରମାନଙ୍କୁ ଏକତ୍ରିତ କରିଥିଲେ । ସେହିପରି ରେଷ୍ଟୁରାଣ୍ଟ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ହୋଟେଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ତେଲେଙ୍ଗାନା ଷ୍ଟେଟ୍‌ ହସ୍ପିଟାଲିଟି ଶିଳ୍ପର ପ୍ରତିନିଧିତ୍ୱ କରିଥିଲେ । ଯିଏକି ଖାଦ୍ୟ ଓ ଆତିଥେୟତା କ୍ଷେତ୍ରରେ ରାଜ୍ୟର ଉତ୍କର୍ଷତାକୁ ପ୍ରଦର୍ଶିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details