ଓଡିଶା

odisha

By

Published : Jul 23, 2023, 10:31 PM IST

ETV Bharat / state

ସଂଗଠନ ସଜାଡୁଛି କଂଗ୍ରେସ, ଯୋଗଦେଲେ 4 ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

କଂଗ୍ରେସରେ ଯୋଗ ଦେଇଛନ୍ତି 4 ବରିଷ୍ଠ ପ୍ରଶାସନିକ ଅଧିକାରୀ । କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ସେମାନେ କହିଛନ୍ତି । ଅଧିକ ପଢନ୍ତୁ

ସଂଗଠନ ସଜାଡୁଛି କଂଗ୍ରେସ
ସଂଗଠନ ସଜାଡୁଛି କଂଗ୍ରେସ

ସଂଗଠନ ସଜାଡୁଛି କଂଗ୍ରେସ

ଭୁବନେଶ୍ବର: ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ ସଂଗଠନ ସଜାଡିବାକୁ ବଳ ଗୋଟାଉଛି କଂଗ୍ରେସ । ଏହାରି ଭିତରେ କଂଗ୍ରେସରେ ଯୋଗ ଦେଇଛନ୍ତି 4 ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ । କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି 4 ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । MSMEର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଆଇଏଏସ ରବୀନ୍ଦ୍ର ନାଥ ମିଶ୍ର, ଓଏଏସ ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ, ଅବସର ପ୍ରାପ୍ତ ଓଏଏସ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି ।

ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ କଂଗ୍ରେସରେ ଯୋଗ ଦେଇଛନ୍ତି । ସମସ୍ତ ପଦାଧିକାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାର ୨୩ ବର୍ଷ ଧରି ପ୍ରତିଶ୍ରୁତି ଦେଇ କେବଳ ଧୂଆଁବାଣ କରି ଚାଲିଛନ୍ତି । ଏଭଳି କୁଶାସନ ବିରୁଦ୍ଧରେ ଆଗାମୀ ୨୦୨୪ ମସିହାରେ ସମସ୍ତେ ଆଗେଇ ଆସିବା ଦରକାର ।

ସେପଟେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ସମସ୍ତଙ୍କୁ ସ୍ୱାଗତ କରି କହିଛନ୍ତି, "ବିଜୁ ଜନତା ଦଳ ଅମଳରେ ପ୍ରଗତି ସ୍ଥାଣୁ ପାଲଟିଯାଇଛି । ଏ ସରକାର ସମୟରେ ଚୋରୀ, ଡକାୟତି, ନାରୀ ନିର୍ଯାତନା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ଆପଣମାନଙ୍କର ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ । କଂଗ୍ରେସ ଦଳ ଏକ ପୁରାତନ ସର୍ବବୃହତ ରାଜନୈତିକ ଦଳ । କଂଗ୍ରେସ ସର୍ବଦା ସମାଜର ନିମ୍ନସ୍ତରରେ ଥିବା ଲୋକମାନଙ୍କ ପାଇଁ କାର୍ଯ୍ୟ କରି ଆସୁଛି ।"

ଏହା ମଧ୍ୟ ପଢନ୍ତୁ...2024 Election: ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ, ଫୋକସରେ 100 ସିଟ୍‌


ଏହାସହ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ସମସ୍ତଙ୍କୁ ଦଳରେ କାମ କରିବାର ଅପୂର୍ବ ସୁଯୋଗ ରହିଛି । ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କର ଅଭାବ ଓ ଅସୁବିଧାକୁ ଭଲଭାବେ ଜାଣନ୍ତି । ଏମାନଙ୍କ ପାଖରେ କାର୍ଯ୍ୟକରିବାର ବହୁ ଅଭିଜ୍ଞତା ଅଛି । ସେମାନେ ନିଜକୁ ସମର୍ପିତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ଆହ୍ୱାନ କରିଥିଲେ ।


ନିଜର ପ୍ରତିକ୍ରିୟା ରଖି କଂଗ୍ରେସ ଦଳରେ ଯୋଗଦେଇଥିବା ୪ ପୂର୍ବତନ ପ୍ରଶାସନିକ ଅଧିକାରୀ ଜନସାଧାରଣଙ୍କ ପ୍ରତି ନିଃସ୍ବାର୍ଥ ସେବା ଭାବନା ରଖି କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ସୁଶୀଳା ତିରିଆ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଭୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details