ଓଡିଶା

odisha

ETV Bharat / state

ଓଡିଶାର 4 ଶିକ୍ଷା ଅଧିକାରୀ ପାଇବେ ଜାତୀୟ ପୁରସ୍କାର - ଜାତୀୟ ପୁରସ୍କାର

ଓଡିଶାର 4 ଶିକ୍ଷା ଅଧିକାରୀ ପାଇବେ ଜାତୀୟ ପୁରସ୍କାର । ବିଭିନ୍ନ ରାଜ୍ୟରୁ ମୋଟ 60 ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

education officers of Odisha to get national award
ଓଡିଶାର 4 ଶିକ୍ଷା ଅଧିକାରୀ ପାଇବେ ଜାତୀୟ ପୁରସ୍କାର

By

Published : Mar 21, 2023, 12:49 PM IST

ଭୁବନେଶ୍ବର: ଶୈକ୍ଷିକ ପ୍ରଶାସନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ନିମନ୍ତେ ଉପଯୁକ୍ତ ମାନ୍ୟତା ପ୍ରଦାନ ନେଇ ଜାତୀୟ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଓଡିଶାରୁ 4 ଜମ ଶିକ୍ଷାଧିକାରୀ ଏହି ଜାତୀୟ ପୁରସ୍କାର ପାଇବେ । ଜାତୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ) ପକ୍ଷରୁ ଆସନ୍ତା 23 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟରୁ ୬୦ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡିଛି ।

ଓଡିଶାର 4 ଶିକ୍ଷା ଅଧିକାରୀ ପାଇବେ ଜାତୀୟ ପୁରସ୍କାର

ଫିଲ୍ଡ ଲେବୁଲ ସ୍ତରରେ ଶୈକ୍ଷିକ ପ୍ରଶାସନରେ ଅବଦାନକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ) ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଶୈକ୍ଷିକ ପ୍ରଶାସନରେ ଅଭିନବତ୍ବ ଓ ଭଲ କାମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏହି ପୁରସ୍କାର ମିଳିବ। ତେବେ ସାରା ଦେଶରୁ ଏନେଇ ଶିକ୍ଷା ଅଧିକାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରୁ ଏହି ପୁରସ୍କାର ପାଇଁ ୪ ଜଣ ଶିକ୍ଷା ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ବର ସାହୁ ଓ ପ୍ରଜ୍ଞା ପାରମିତା ଜେନା। ବ୍ଲକ୍ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କୁ ସାର୍ଟିଫିକେଟ୍ ଅଫ୍ ଆପ୍ରିସିଏସନ୍ ପ୍ରଦାନ କରାଯିବ।

ଏହା ବି ପଢନ୍ତୁ....6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି

ବିଭିନ୍ନ ରାଜ୍ୟରୁ ୬୦ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୩ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କାର ଏବଂ ସାର୍ଟିଫିକେଟ୍ ଅଫ୍ ଆପ୍ରିସିଏସନ୍ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏମାନଙ୍କ ଯାତ୍ରା ଖର୍ଚ୍ଚ ସଂସ୍ଥା ବହନ କରିବ। ଯଦି ବିମାନରେ ଯିବାକୁ ଚାହିଁବେ ସେମାନେ ଇକୋନମି କ୍ଲାସରେ ଯିବାକୁ ପରାମର୍ଶ ଦିଆଯାଇଛି । ଏୟାର ଟିକେଟ 3ଟି ଟ୍ରାଭେଲ୍ ଏଜେଣ୍ଟ ନିକଟରୁ କିଣିବାକୁ କୁହାଯାଇଛି । ସେଗୁଡ଼ିକ ହେଲା ବିଏଲସିଏଲ, ଏଟିଟି, ଆଇଆରସିଟିସି ଏହି ଟ୍ରାଭେଲ ଏଜେଣ୍ଟଙ୍କଠାରୁ ଟିକେଟ କରିପାରିବେ ।

ସେହିପରି ଯେଉଁମାନେ ଟ୍ରେନରେ ଯାତ୍ରା କରିବେ ସେମାନଙ୍କୁ ଏସି ଦ୍ବିତୀୟ ଶ୍ରେଣୀରେ ଯିବାକୁ ପରାମର୍ଶ ଦିଆଯାଇଛି । ଟ୍ରେନ ଟିକେଟର କପି, ଟ୍ୟାକ୍ସି ଭଡା କପି, ବିମାନ ଗଲେ ବୋଡ଼ିଂ ପାସର ଏକ କପି ବାଧ୍ୟତାମୂଳକ କରାଯାଇଛି । ସେହିପରି ଟିଏ ପାଇଁ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । କାର୍ଯ୍ୟକ୍ରମ ପରେ ଟିଏ ପ୍ରଦାନ କରାଯିବ । ନୂଆଦିଲ୍ଲୀର ଅଗଷ୍ଟ କାନ୍ତ୍ରୀ ମାର୍ଗରେ ଥିବା ପିଏଚଡି ଚାମ୍ବର ଅଫ କର୍ମସ ଆଣ୍ଡ ଇନଣ୍ଡଷ୍ଟ୍ରି ପିଏଚଡି ହାଉସରେ ଏହି ପୁରସ୍କାର ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମନୋନୀତ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ଶିକ୍ଷା ପ୍ରମୁଖ ସଚିବ/ କମିଶନର/ନିର୍ଦ୍ଦେଶକମାନେ ପଠାଇବାକୁ ଚିଠି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details