ଓଡିଶା

odisha

ETV Bharat / state

ଫାଇନାନ୍ସ କର୍ମଚାରୀଙ୍କ ଠୁ ଲୁଟ୍ ଘଟଣା, ୪ ଗିରଫ - 4 ଲୁଟେରାଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଇଥପଲା ଠାରେ ଥିବା ଫାଲକନ ଫିଡ୍ସ ନିକଟରୁ ୨ ବର୍ଷ ମଧ୍ୟରେ ବିଭିନ୍ନ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଅଧିକ ପଢନ୍ତୁ..

aa
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା, ୪ ଜଣଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

By

Published : Feb 16, 2020, 8:54 PM IST

ଖୋର୍ଦ୍ଧା: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାରେ ଟାଙ୍ଗୀ ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୪୨ ହଜାର ୫୦୦ ଟଙ୍କା, 1 ନକଲି ବନ୍ଧୁକ ଓ 1 ବୁଲେଟକୁ ଜବତ କରିଛି ପୋଲିସ ।

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା, ୪ ଜଣଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଇଥପଲା ଠାରେ ଥିବା ଫାଲକନ ଫିଡ୍ସ ନିକଟରୁ ୨ ବର୍ଷ ମଧ୍ୟରେ ବିଭିନ୍ନ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେଉଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଅଭିଯୁକ୍ତମାନେ ଗତ ୩ ତାରିଖରେ ୧ ଲକ୍ଷ ୩୦ ହଜାର ଟଙ୍କା ଟାଙ୍ଗୀ ଶାଖା IIFL ଫାଇନାନ୍ସ କର୍ମଚାରୀଙ୍କ ଠାରୁ ନକଲି ବନ୍ଧୁକ ଦେଖାଇ ଲୁଟ କରିଥିଲେ । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ୬୮ ହଜାର ୩୦୦ ଟଙ୍କା ନକଲି ବନ୍ଧୁକ ଦେଖାଇ ଟାଙ୍ଗୀ ଶାଖା BFL ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ କରିଥିବା ବେଳେ ସେପ୍ଟେମ୍ବର ମାସରେ ୯୪ ହଜାର ୧୪୪ ଟଙ୍କା ନାଚୁଣୀ ଶାଖା ପିପୁଲ୍ସ ଫୋରମ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ କରିଥିଲେ ।

ଗିରଫ ଅଭିଯୁକ୍ତମାନେ ହେଲେ ଟାଙ୍ଗୀ ଥାନା ନରମାନବୀ ଗାଁର ନଳିନୀକାନ୍ତ ରାଉତଙ୍କ ସ୍ତ୍ରୀ ନିରୁପମା ରାଉତ, ହିଞ୍ଜିଳି ଅଞ୍ଚଳର ପାଇନାନ୍ସ କର୍ମଚାରୀ ପ୍ରଦୀପ ସାହୁ ,ଜଟଣୀ ଅଞ୍ଚଳର ଗୁଡୁ ଆଦିତ୍ୟ ମଲ୍ଲିକ ଓ ସେହି ଅଞ୍ଚଳର ଚିନ୍ତାମଣି ନାୟକ । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଥିବା ପୁରୀ ନିମାପଡା ଅଞ୍ଚଳର ଟୁଲୁ ମଲ୍ଲିକ ଫେରାର ରହିଥିବା ଆଜି ଟାଙ୍ଗୀ ଥାନା ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details