ଓଡିଶା

odisha

ETV Bharat / state

ୱାର୍କ ଫ୍ରମ୍ ହୋମ ନାଁରେ ଆସୁଛି ଲିଙ୍କ୍, ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ - ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ

ୱାର୍କ ଫ୍ରମ୍ ହୋମ ଚାକିରି ନାଁରେ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ତେବେ ପାଖାପାଖି ୧୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ୱାର୍କ ଫ୍ରମ୍ ହୋମ ଚାକିରି ନାଁରେ ଠକେଇ
ୱାର୍କ ଫ୍ରମ୍ ହୋମ ଚାକିରି ନାଁରେ ଠକେଇ

By

Published : Jul 1, 2023, 10:17 PM IST

ୱାର୍କ ଫ୍ରମ୍ ହୋମ ଚାକିରି ନାଁରେ ଠକେଇ

ଭୁବନେଶ୍ବର: ୱାର୍କ ଫ୍ରମ ହୋମ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଠକେଇର ନୂଆ ଉପାୟରେ ସହଜରେ ବିଶ୍ୱାସ କରି ହଟହଟା ହୋଇଛନ୍ତି ଲୋକେ। ସେମାନେ ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, "ଆପଣଙ୍କର ୱାର୍କ ଫ୍ରମ ହୋମ ଦରକାର ଅଛି କି? ଏହି ଲିଙ୍କରେ କ୍ଲିକ୍ କରନ୍ତୁ।" ଗ୍ରାହକଙ୍କ ଫୋନକୁ ଏଭଳି କିଛି ମେସେଜ ଆସୁଥିଲା। ଆଉ ଲିଙ୍କରେ କ୍ଲିକ୍ କଲା ମାତ୍ରେ ଆକାଉଣ୍ଟ୍ ଖାଲି କରି ଦେଉଥିଲା ଠକ । ଠକେଇର ନୂଆ ଫଣ୍ଡା ଟେଲିଗ୍ରାମ ଓ ଟୁଇଟରରେ ଲିଙ୍କ୍ ପଠାଇ ଅଭିଯୁକ୍ତମାନେ ଏଭଳି ଠକେଇ କରୁଥିବା ଜଣାପଡିଛି।

ଏନେଇ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହେଇଥିଲା । ୩୫ ଜଣ ଅଭିଯୋଗକାରୀଙ୍କଠାରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣା ପଡିଛି। ତେବେ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ସାଇବର ଥାନା ପୋଲିସ। ଠକେଇରେ ସମ୍ପୃକ୍ତି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରେ ରାଉରକେଲାରୁ ଜଣେ, ସମ୍ବଲପୁରରୁ 2ଜଣ ଏବଂ ବାଲେଶ୍ୱରରୁ ଜଣଙ୍କୁ ଗିରଫ କରିଛି ପୋଲିସ l ଠକେଇ ଘଟଣାର ମାଷ୍ଟରମାଇଣ୍ଡ ଅନିଲ ହେମ୍ବ୍ରମ ବାଲେଶ୍ଵରରୁ ଥିବାବେଳେ ସମ୍ବଲପୁରର ଦୀପକ ପଟେଲ , କମଲେସ ପଟେଲ ଓ ରାଉଲକେଲାର ରାଜେଶ ବେହେରାକୁ ଗିରଫ କରିଛି ପୋଲିସ l ଅନିଲ ହିଁ ନେଟୱାର୍କିଙ୍ଗ କରି ବିଭିନ୍ନ ପିଲାଙ୍କୁ ଏହି ଗ୍ରୁପରେ ସାମିଲ କରି ଲୋକମାନଙ୍କୁ ଲୁଟିଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ...ଅସଲି ପୋଲିସ ହାତରେ ନକଲି ପୋଲିସ, ଖାକି ପୋଷାକରେ ଖେଳାଇ ଥିଲେ ଆତଙ୍କ

ଅନ୍ୟପଟେ ସେମାନଙ୍କ ନିକଟରୁ ୧୮ଟି ଦାମୀ ଫୋନ , ୩୬ ଟି ସିମ ଗୋଟିଏ ଭରଚୁଆଲ ସିମ ସହ ୧୨ଟି ଚେକ, ୧୩ ଟି ଡେବିଟ କାର୍ଡ ଜବତ କରିଛି ସାଇବର ଥାନା ପୋଲିସ। ଠକଙ୍କ ଆକାଉଣ୍ଟ ରେ ଥିବା ୬ ଲକ୍ଷ ୩୧ ହଜାର ୮୦୦ଟଙ୍କା ଫ୍ରିଜ କରିବାରେ ସଫଳ ହୋଇଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସାଇବର ପୋଲିସ।ତେବେ ବର୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ଠକେଇ ର ଚେର ରାଜ୍ଯ ବାହାରକୁ ଲମ୍ବିଛି ଓ ଏହି ଠକ ମାତିଥିବା ଜଣାଇବାକୁ ପାଇଛି ପୁଲିସ। ତେଣୁ ଅଜଣା ଲିଙ୍କ୍ ଉପରେ କ୍ଲିକ ନ କରିବାକୁ କହିଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details