ଓଡିଶା

odisha

ETV Bharat / state

ବଦଳି ଯିବ ସତ୍ୟନଗର ଶ୍ମଶାନର ରୂପରେଖ - ସତ୍ୟନଗର ଶ୍ମଶାନ ରୂପାନ୍ତରଣ

ପାରମ୍ପରିକ ଓ ଗ୍ୟାସ ଚୁଲାରେ ମୃତଦେହ ଦାହ ପାଇଁ ବ୍ୟବସ୍ଥା କରିବ ବିଏମସି । ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅଧିକ ପଢନ୍ତୁ

Renovation Of Satyanagar Crematorium
Renovation Of Satyanagar Crematorium

By ETV Bharat Odisha Team

Published : Dec 2, 2023, 10:53 AM IST

ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ

ଭୁବନେଶ୍ବର:ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ ଚୁଲା । ପାରମ୍ପରିକ ଓ ଗ୍ୟାସ ଚୁଲାରେ ମୃତଦେହ ଦାହ ପାଇଁ ବ୍ୟବସ୍ଥା କରିବ ବିଏମସି । ଗତକାଲି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର ହେବା ନେଇ ଯୋଜନା କରିଛି ବିଏମସି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି ।

ପୁରୀ ସ୍ବର୍ଗଦ୍ବାର ପରି ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ରୂପାନ୍ତରଣ ପାଇଁ ବିଏମସିର ମାଷ୍ଟରପ୍ଳାନ । ନୂଆରୂପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।ଗେଟରୁ ମୃତଦେହ ଦାହ ଗୃହ ହେବ ନବୀକରଣ ହଟିବ ଇଲେକ୍ଟ୍ରି ଚୁଲା । ଏନେଇ ଖର୍ଚ୍ଚ ହେବ ୨ କୋଟି ୩୪ ଲକ୍ଷ ଟଙ୍କା । ଶ୍ମଶାନ ରୁପାନ୍ତରିକରଣ ପର୍ଯ୍ୟାୟରେ ପ୍ରାଥମିର ପର୍ଯ୍ୟାୟରେ ସତ୍ୟନଗର ଶ୍ମଶାନକୁ ହାତକୁ ନେଇଛି ବିଏମସି । ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ ରଖିଛି ବିଏମସି । ତେବେ ରୂପରେଖ ବଦଳିବା ପରେ ଏମିତି ଦେଖାଯିବ ଶ୍ମଶାନ । ଗତକାଲି ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିବାଦ ପରେ ବଦଳିଲା ବ୍ରାହ୍ମଣ ଶ୍ମଶାନ ନାଁ, ତାଲା ଖୋଲିବାକୁ କେଁ

ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ମୁଖ୍ୟଗେଟ, ସୁରକ୍ଷାକର୍ମୀ ରୁମ, ଶ୍ମଶାନ କାର୍ଯ୍ୟାଳୟ ଓ ଦୋକାନ, ମନୋରମ ପରିବେଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ, ପାର୍କିଂ, ଶବଦାହ ଗ୍ରାଉଣ୍ଡ ଓ କୋଠରୀ, ପ୍ରତିକ୍ଷାଳୟ, ଶୌଚାଳୟ, ଶବଦାହ ପାଇଁ ଗ୍ୟାସ ଚୁଲା ତିଆରି ହେବ । ଏହା ଶ୍ମଶାନ କଡରେ ଥିବା ପୋଖରୀରୁ ହେବ ପୁନଃଉଦ୍ଧାର ହେବ ବୋଲି କହିଛନ୍ତି ମେୟର ଓ ବିଧାୟକ । ଅନ୍ୟପଟେ କେବଳ ହିନ୍ଦୁ ନୁହେଁ ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକ ମାନଙ୍କ ପାଇଁ ମଧ୍ୟ କବର ସ୍ଥାନର ନବୀକରଣ ହେବ ।

ବିଭିନ୍ନ ଜୋନରେ କବରସ୍ତାନ ଭିତ୍ତିଭୂମିର ଯୋଜନା କରାଯାଇଛି । କବର ସ୍ଥାନ ପାଇଁ ୨ ଏକର ମଧ୍ୟ ଜମି ଯୋଗାଇ ଦିଆଯିବ ବୋଲି ମେୟର କହିଛନ୍ତି । ଭୁବନେଶ୍ବର ଶ୍ମଶାନଗୁଡିକର ପୁନଃଉଦ୍ଧାର ପାଇଁ ବିଏମସିର କର୍ପୋରେଟର ବୈଠକର ପ୍ରସ୍ତାବ ଦିଆଯାଇଥିଲା । ତେବେ ଆସନ୍ତା ଏକ ବର୍ଷ ଭିତରେ କାର୍ଯ୍ୟ ସାରିବାକୁ ଲକ୍ଷ ରଖିଛି ବିଏମସି । ଏହାସହ କେବଳ ସତ୍ୟନଗର ନୁହେଁ ଭୁବନଶ୍ବରର ଅନ୍ୟ ସ୍ଥାନରେ ଥିବା ଶ୍ମଶାନଗୁଡିକର ରୂପରେଖ ବଦଳିବା ନେଇ ଯୋଜନା କରିଛି ବିଏମସି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details