ନିଆଳି: ଆଜି ହେଉଛି ଦିବଂଗତ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ୯୭ତମ ଜନ୍ମ ଜୟନ୍ତୀ ସମାରୋହ । ଦିନ ଥିଲା ସେ ଓଡିଶା ମାଟିକୁ ସାରା ଦେଶରେ ବିକଶିତ କରିଥିଲେ । ଛାତ୍ର ଜୀବନରୁ ଆରମ୍ଭ ହୁଏ ସଂଘର୍ଷ ଆଉ ସଂଗ୍ରାମ । କେବେ ଥକି ନାହାଁନ୍ତି ବରଂ ଅଦମ୍ୟ ଇଛା ଓ ସାମର୍ଥ ବଳରେ ଗୋଟିଏ ପରେ ପରେ ମାଇଲ ଖୁଣ୍ଟ ଅତିକ୍ରମ କରିପାରିଥିଲେ ରବି ରାୟ । ସେ ଭାରତର ନବମ ଲୋକସଭା ବାଚସ୍ପତି ଭାବରେ କାର୍ଯ୍ୟ ତୁଲାଇଛି । ନିପଟ ମଫସଲ ଅବିଭକ୍ତ ପୁରୀ ଜିଲ୍ଲା ତଥା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭଅଁରା ଗଡ଼ରେ ୧୯୨୬ ମସିହା ନଭେମ୍ବର ୨୬ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ବ ।
ରବି ରାୟଙ୍କ ଆଜି ପୂରଣ ହୋଇଛି ୯୭ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରବି ରାୟ ସ୍ମୃତି ସଂସଦ ଓଡିଶା ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଜନ୍ମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଦୁର୍ଗା ମାଧବ ମଣ୍ଡପ କଲ୍ୟାଣ ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବି ରାୟଙ୍କ ୨୦୧୭ ମାର୍ଚ୍ଚ ୬ ତାରିଖ ଦିନ ଦେହାନ୍ତ ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ଜନ୍ମ ମାଟି ଓ ସ୍ଥାନୀୟ ଅଞ୍ଚଳ ଆଜି ବି ତାଙ୍କୁ ଝୁରୁଛି । ରବି ରାୟ ୧୯୪୮ ମସିହାରେ ରେଭେନ୍ସା କଲେଜ ଛାତ୍ର ସଙ୍ଗଠନର ସଭାପତି ଥିଲେ । ଅର୍ଥାତ ୧୯୪୯ ପରେ ମଧୁସୂଦନ ଆଇନ ଛାତ୍ର ସଙ୍ଗଠନର ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ରବି ରାୟ ଅନ୍ୟ ଦେଶବାସୀଙ୍କ ପରି ସ୍ବାଧୀନତା ସଂଗ୍ରାମ ପ୍ରତି ଗଭୀର ଭାବରେ ଆକର୍ଷିତ ହୋଇଥିଲେ ।