ଭୁବନେଶ୍ବର:ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ ପରେ ଏବେ ସାରା ବିଶ୍ବର ନଜର ରହିଛି ଭାରତର ମହାକାଶ ଗବେଷଣା ଉପରେ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର । ମିଶନ ମୁନ ପରେ ଏବେ ଇସ୍ରୋର ମିଶନ ସନ 'ଆଦିତ୍ୟ ଏଲ -1' । ଇସ୍ରୋର ପୂର୍ବତନ ବୈଜ୍ଞାନିକ ଅଶୋକ କୁମାର ରଥ କହିଛନ୍ତି ଆଦିତ୍ୟ ଏଳ-1 ମିଶନ ହେଉଛି ସୂର୍ଯ୍ୟ ଉପରେ ବୈଜ୍ଞାନିକ ଗବେଷଣା । ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1 ।
ଏନେଇ ଇସ୍ରୋ ପୂର୍ବତନ ବୈଜ୍ଞାନିକ ଅଶୋକ କୁମାର ରଥ କହିଛନ୍ତି, "ଆଦିତ୍ୟ ଏଲ-1 ଅନ୍ୟାନ୍ୟ ଗବେଷଣା କରିବା ସହିତ ମୁଖ୍ୟତଃ କରୋନା ଡିସଚାର୍ଜ (Corona Discharge)ର ରହସ୍ୟ ଉନ୍ମୋଚନ କରିବ । କାହିଁକି ଏହାର ତାପମାତ୍ରାରେ ତାରତମ୍ୟ ଦେଖାଯାଉଛି ତାର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1 । ବିଶେଷ କରି କରୋନାର ତାପମାତ୍ରା 2 ମିଲିୟନ ଡିଗ୍ରୀ ଫାରେନାଇଟ ରହିଥିବା ବେଳେ ସୂର୍ଯ୍ୟ ଆଡକୁ 1000 କିଲୋମିଟରକୁ ଭିତରକୁ ଗଲେ ଏହାର ତାପମାତ୍ରା 10,000 ଡିଗ୍ରୀ ଫାଇନହାଇଟ ହୋଇଯାଉଛି । ଏହି ତାପମାତ୍ରାର ତାରତମ୍ୟ କାହିଁକି ଆସୁଛି ତାର ଅଧ୍ୟୟନ କରିବ ଏଲ-1 ।"
ଗବେଷଣାରେ ଆଦିତ୍ୟ L-1କୁ ହେବନି କୌଣସି ଅସୁବିଧା:- ବଡ଼ କଥା ହେଲା ଏଲ-1 ପଏଣ୍ଟ ବା ଲାଗ୍ରାଜିଆନ ପଏଣ୍ଟରେ ମାଧ୍ୟାକର୍ଷଣ ଶକ୍ତି ବାଲାନ୍ସ ହେଉଛି । ଅର୍ଥାତ ପୃଥିବୀର ଯେତିକି ସୂର୍ଯ୍ୟଙ୍କର ସେତିକି । ଧୀରେ ଧୀରେ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ଶକ୍ତି ଏହି ପଏଣ୍ଟରେ ହ୍ରାସ ପାଇବ । ତେଣୁ ଏଲ-1କୁ ଅଧ୍ୟୟନ କରିବାରେ କୌଣସି ପରାଗ ବା ଏକଲିପ୍ସ ବାଧା ସୃଷ୍ଟି କରିପାରିବେନି । ଏହା ଏକ ଗୋଲାକାର ପଥରେ ସୂର୍ଯ୍ୟ ଚାରିପଟେ ଏକ ରିଙ୍ଗ ପରି ବୁଲିବ । ଯାହାକି ସୂର୍ଯ୍ୟକୁ ଅଧ୍ୟୟନ କରିବାରେ ସହାୟକ ହେବ ।