ଭୁବନେଶ୍ବର:ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀ ବିଜେପି ସାଂସଦ ତଥା ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ଅନୁଗୋଳ ସହରର କଦମ ପଡିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଭୟେ ଅନୁଗୋଳ ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବାଜା ଢୋଲରେ କମ୍ପି ଉଠିଥିଲା ପରିସର । ବିମାନବନ୍ଦରରେ ଅପେକ୍ଷା କରି ରହିଥିବା ଦଳୀୟ କର୍ମକର୍ତ୍ତା ଉଭୟଙ୍କୁ ପୁ୍ଷ୍ପଗୁଚ୍ଛ ଦେବା ସହିତ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ । ଏହା ପୂର୍ବରୁ ଗତବର୍ଷ ମଇ 4 ତାରିଖରେ ଭୁବନେଶ୍ବର ଆସିଥିଲେ ଗୌତମ ଗମ୍ଭୀର । ଏକ ଘରୋଇ ଟିଭି ଚ୍ୟାନେଲର ବାର୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ ।