ଓଡିଶା

odisha

ETV Bharat / state

ପଦ୍ମ ମୁହାଁ ବିଜେଡି-କଂଗ୍ରେସ ନେତା - ବିଜେଡ଼ି

ହାତ ଛାଡି ପଦ୍ମ ଧରିଛନ୍ତି ଗଞ୍ଜାମ ଜିଲ୍ଲାର କଂଗ୍ରେସ ନେତା ସରୋଜ ପାଢ଼ୀ । ସେ ଶୁକ୍ରବାର ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଳାହାଣ୍ଡିର ବିଜେଡ଼ି ନେତ୍ରୀ ତଥା ମହିଳା କମିଶନର ପୂର୍ବତନ ସଦସ୍ୟା ତିଳୋତ୍ତମା ନାୟକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 16, 2019, 12:20 AM IST


ଭୁବନେଶ୍ବର: ବାଜି ଯାଇଛି ନିର୍ବାଚନୀ ଘଣ୍ଟି । ଏହା ସହିତ ଆରମ୍ଭ ହୋଇଯାଇଛି ଦଳ ଅଦଳବଦଳ ନୀତି । ଯେଉଁ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀକୁ ବଡ ପଦବୀ ଯାଚିବ ପ୍ରାର୍ଥୀ ତାହାର ହେବ । ତେବେ ଏହି କ୍ରମରେ ହାତ ଛାଡି ପଦ୍ମ ଧରିଛନ୍ତି ଗଞ୍ଜାମ ଜିଲ୍ଲାର କଂଗ୍ରେସ ନେତା ସରୋଜ ପାଢ଼ୀ ।

ସେ ଶୁକ୍ରବାର ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ସରୋଜ ଆସ୍କାର ପୂର୍ବତନ କଂଗ୍ରେସ ବିଧାୟକ ଥିଲେ । ତେବେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଏଭଳି ନିଷ୍ପତି ନେଇଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି କଳାହାଣ୍ଡିର ବିଜେଡ଼ି ନେତ୍ରୀ ତଥା ମହିଳା କମିଶନର ପୂର୍ବତନ ସଦସ୍ୟା ତିଳୋତ୍ତମା ନାୟକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତିଳୋତ୍ତମା କିଛି ଦିନ ପୂର୍ବରୁ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ।

ତିଳୋତ୍ତମା ସରୋଜଙ୍କ ସମେତ ବୌଦ୍ଧ ଜିଲ୍ଲାର ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲା ପରିଷଦ ଓ ଶତାଧିକ ବିଜେଡ଼ି କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତେବେ ଏହି ମିଳନ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନ , ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ସଭାପତି ବସନ୍ତ ପଣ୍ଡା , ଉପସଭାପତି ସମୀର ମହାନ୍ତି, ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଆଦି ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details