ଖୋର୍ଦ୍ଧା: ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ହିମାଂଶୁ ଶେଖର କବି ଜଟଣୀ ପୋଲିସ ଦ୍ବାରା ଗିରଫ । ତାଙ୍କୁ କଲିକତାରୁ କାବୁ କରିଛି ପୋଲିସ୍ । ସେଞ୍ଚୁରିଆନରୁ ୧ କୋଟି ୩ ଲକ୍ଷ ଟଙ୍କା ହଡପ କରି ଗତବର୍ଷ ଡିସେମ୍ବର ମାସରୁ ଫେରାର ଥିଲା ହିମାଂଶୁ । ଏନେଇ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତବର୍ଷ ୯ ଡିସେମ୍ବରରେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ ।
୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡପ ଅଭିଯୋଗରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ପୂର୍ବତନ CFO ଗିରଫ - ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟ
କଲିକତାରୁ ଗିରଫ ହେଲା ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ହିମାଂଶୁ ଶେଖର କବି । ସେଞ୍ଚୁରିଆନରୁ ୧ କୋଟି ୩ ଲକ୍ଷ ଟଙ୍କା ହଡପ କରି ଗତବର୍ଷ ଡିସେମ୍ବର ମାସରୁ ଫେରାର ଥିଲା ହିମାଂଶୁ । ଅଧିକ ପଢନ୍ତୁ...
୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ ଅଭିଯୋଗରେ ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ଗିରଫ
୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ ଅଭିଯୋଗରେ ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ଗିରଫ
ପୁର୍ବରୁ ହାଇକୋର୍ଟ ହିମାଂଶୁର ଆଡଭାନ୍ସ ବେଲ୍ ନାମଞ୍ଜୁର କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ହିମାଂଶୁ କଲିକତାରେ ତା’ର ନିଜ ଘରେ ଲୁଚିଥିବା ବେଳେ ଜଟଣୀ ପୋଲିସ ସେବେଠାରୁ ହିମାଂଶୁକୁ ଉଠାଇ ଆଣି ପଚରା ଉଚରା କରିବା ପରେ ଆଜି(ସୋମବାର) ତା’କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି। ତାଙ୍କ ଠାରୁ ଗୋଟିଏ କାର, ଲାପଟପ ଓ ମୋବାଇଲକୁ ଜବତ କରିଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ