ଓଡିଶା

odisha

ETV Bharat / state

ଶାଳକଙ୍କୁ ବଞ୍ଚାଇବାକୁ ଯାଇ ବାରହା ଆକ୍ରମଣରେ ଭିଣୋଇ ଗୁରୁତର

ଖୋର୍ଦ୍ଧା ଅଞ୍ଚଳରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର । ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

By

Published : Oct 27, 2019, 3:53 PM IST

ଖୋର୍ଦ୍ଧା: ବାରହା ଆକ୍ରମଣରେ ଦୁଇଜଣ ଗୁରୁତର । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ବାରହା ଆକ୍ରମଣରେ ଦୁଇ ଗୁରୁତର

ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଲିପୁର ପଞ୍ଚାୟତ ନିଆଳି ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ବିଜୟ ନାୟକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ବିଜୟଙ୍କ ଭିଣୋଇ ଯୋଗେଶ୍ଵର ପଲେଇ ଏହାଦେଖି ଶାଳକଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ବିଜୟଙ୍କ ନାକ, ଦୁଇ ହାତ ,ଗୋଡ ,କାନରେ ପ୍ରବଳ ଆଘାତ ଲାଗିଛି ।

ଉଭୟଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବିଜୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୋଗେଶ୍ଵର ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details