ଓଡିଶା

odisha

ETV Bharat / state

ବାରହା ଆକ୍ରମଣରେ ୪ ଗୁରୁତର - ବାରାହା ଆକ୍ରମଣ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାରହା ଆକ୍ରମଣରେ 4 ଜଣ ଆହତ ହୋଇଛନ୍ତି । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

ଫଟୋ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

By

Published : Sep 25, 2019, 10:57 PM IST

Updated : Sep 25, 2019, 11:49 PM IST

ଖୋର୍ଦ୍ଧା: ବାଣପୁର ବ୍ଲକ୍ ଝିଣ୍ଟିକାପଲ୍ଲୀ ଗ୍ରାମର 4 ଜଣ ବାରହା ଆକ୍ରମଣରେ ଆହତ ହୋଇଛନ୍ତି । ବାରହାପଲ ଗାଁ ମଧ୍ୟରେ ପଶିଥିବା ବେଳେ ସେହି ପଲରୁ ଏକ ଦନ୍ତା ବାରହା ଘଟାଇଛି ଏହି ଅଘଟଣ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ ଝିଣ୍ଟିକାପଲ୍ଲୀ ଗ୍ରାମ ଭାଲେରୀ ପାହାଡ ପାଖରେ ଅବସ୍ଥିତ । ବିଭିନ୍ନ ସମୟରେ ବାରହା ଧାନ ଫସଲ ନଷ୍ଟ କରିଥାନ୍ତି । ଏକ ବାରହା ପଲ ଝିଣ୍ଟିକାପଲ୍ଲୀ ଗ୍ରାମ ଭିତରକୁ ପଶି ଆସିଥିଲା । ସେଥିମଧ୍ୟରୁ ଗୋଟିଏ ବାରହା ପ୍ରଥମେ ସୁରଥ ପ୍ରଧାନକୁ ଆକ୍ରମଣ କରିବା ପରେ ଆଉ ତିନି ଜଣ ଅଜୟ ପରିଡା,ଲକ୍ଷ୍ଣଣ ନରେନ୍ଦ୍ରସିଂହ ଓ ଅଶୋକ ନରେନ୍ଦ୍ରସିଂହ ଙ୍କୁ ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ଆହତଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated : Sep 25, 2019, 11:49 PM IST

ABOUT THE AUTHOR

...view details