ଓଡିଶା

odisha

ETV Bharat / state

ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ । ଅନୁମତି ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ
ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ

By

Published : Jul 6, 2023, 7:01 AM IST

ଭୁବନେଶ୍ବର:ବଢିଲା ବନ କର୍ମଚାରୀଙ୍କ ବଳ । ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ । ଶିକାରୀ ଓ ମାଫିଆଙ୍କ ସହ ଲଢିବାକୁ ସେମାନଙ୍କୁ କ୍ଷମତା ମିଳିଛି । ଫରେଷ୍ଟ ଗାର୍ଡଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସେମାନେ ନିଜର ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବାବେଳେ କେବଳ ହାତରେ ଲାଠି ଖଣ୍ଡେ ଧରି ଜଙ୍ଗଲ ମଧ୍ୟରେ ଡ୍ୟୁଟି କରୁଛନ୍ତି ବନ କର୍ମଚାରୀ । ଯେଉଁଥିପାଇଁ ଶିକାରୀ ସହ ମୁହାଁମୁହିଁ ସମୟରେ ସେମାନଙ୍କ ପ୍ରାଣ ଯାଉଛି । ଏହି ଦୃଷ୍ଟିରୁ ସରକାର ବନକର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିବାକୁ କ୍ଷମତା ଦେଇଛନ୍ତି ।

ବନ କର୍ମଚାରୀଙ୍କୁ ବଳ:ଜଙ୍ଗଲ ଭିତରେ ପାଟ୍ରୋଲିଂ ସମୟରେ ଶିକାରୀ ଓ ମାଫିଆଙ୍କ ବିରୋଧରେ ଲଢିବାକୁ ବନ କର୍ମଚାରୀଙ୍କୁ ବଳ ମିଳିଛି । ନିଜର ଆତ୍ମରକ୍ଷା ପାଇଁ ସେମାନେ ଗୁଳି ଚଳାଇ ପାରିବେ । ନିକଟରେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଉପରିସ୍ଥ ବନ କର୍ମଚାରୀଙ୍କ ପାଖରେ ବନ୍ଧୁକ ଥିଲା । କିନ୍ତୁ ଚାଳନା କରିବାର କ୍ଷମତା ପ୍ରଦାନ କରାଯାଇ ନଥିଲା । ବର୍ତ୍ତମାନ ବନ ବିଭାଗ ସୁରକ୍ଷା ଆଇନ ସିଆରପିସି ୧୯୭ ଧାରାରେ ସମସ୍ତ କର୍ମଚାରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ବନ୍ଧୁକ ଚାଳନା ଲାଗି ଅନୁମତି ଦିଆଯାଇଛି । ଏଥିପାଇଁ ପୂର୍ବରୁ ବନ କର୍ମଚାରୀମାନେ ଦାବି କରିଆସୁଥିଲେ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ତେବେ ବନ କର୍ମଚାରୀଙ୍କୁ ଯଦି ବନ୍ଧୁକ ଦିଆଯିବ ତେବେ ସେମାନଙ୍କୁ ସଠିକ ଭାବରେ ତାଲିମ ଦିଆଯିବ ତ ! ବିଭାଗ ପକ୍ଷରେ ସେହି ମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ଗୁଳି ରହିଛି ତ ? ଏନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ବନ କର୍ମଚାରୀଙ୍କ ନିଜର ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାମଧ୍ୟପଢନ୍ତୁ: ଅସୁରକ୍ଷିତ ବନ କର୍ମଚାରୀ: ଲାଠିରେ ଚାଲିଛି ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବାବେଳେ କେବଳ ହାତରେ ଲାଠି ଖଣ୍ଡେ ଧରି ଜଙ୍ଗଲ ମଧ୍ୟରେ ଡ୍ୟୁଟି କରୁଛନ୍ତି ବନ କର୍ମଚାରୀ । ଯେଉଁଥିପାଇଁ ଶିକାରୀ ସହ ମୁହାଁମୁହିଁ ସମୟରେ ସେମାନଙ୍କ ପ୍ରାଣ ଯାଉଛି । ଏହି ଦୃଷ୍ଟିରୁ ସରକାର ବନକର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିବାକୁ କ୍ଷମତା ଦେଇଛନ୍ତି । ସେପଟେ ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ବନ କର୍ମଚାରୀ ମୃତ୍ୟୁ ଘଟଣାରେ ଓଡ଼ିଶା ଅଣଗେଜେଟ୍‌ଡ ବନସେବା ସଂଘ ଜୁନ ୧୯ ତାରିଖ ପରଠୁ ପାଟ୍ରୋଲିଂ ଛାଡ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଆଗରେ ୫ଟି ଦଫା ଦାବି ରଖିଥିବା ବେଳେ ଦାବି ପୂରଣ ନହେଲେ ଆସନ୍ତା ୧୦ ତାରିଖରୁ ସମୂହ ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଥିଲା ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details