ଓଡିଶା

odisha

By

Published : Nov 2, 2022, 7:24 PM IST

Updated : Nov 2, 2022, 11:02 PM IST

ETV Bharat / state

ଭୁବନେଶ୍ବରରୁ ଟ୍ରାଙ୍କୁଲାଇଜ ହାତୀକୁ ନେଇ ହଟହଟା ବନ ବିଭାଗ

ଭୁବନେଶ୍ବରରୁ ଟ୍ରାଙ୍କୁଲାଇଜ ହାତୀକୁ ନେଇ ହଟହଟା ବନ ବିଭାଗ । ଭୁବନେଶ୍ବରରୁ ଟ୍ରାଙ୍କୁଲାଇଜ କରି ହାତୀକୁ ରଣପୁର ଓ ଟାଙ୍ଗି ଅଞ୍ଚଳରେ ଥିବା ଏକାଧିକ ଜଙ୍ଗଲରେ ଛାଡ଼ିବାକୁ ବନ ବିଭାଗ ପ୍ରୟାସ କରିଥିଲା । କିନ୍ତୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ପରେ ହାତୀକୁ ଫେରାଇ ନେଇଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରୁ ଟ୍ରାଙ୍କୁଲାଇଡ ହାତୀକୁ ନେଇ ହଟହଟା ବନବିଭାଗ
ଭୁବନେଶ୍ବରରୁ ଟ୍ରାଙ୍କୁଲାଇଡ ହାତୀକୁ ନେଇ ହଟହଟା ବନବିଭାଗ

ଖୋର୍ଦ୍ଧା: ଭୁବନେଶ୍ବରରୁ ଟ୍ରାଙ୍କୁଲାଇଜ କରି ଜଙ୍ଗଲରେ ଛାଡ଼ିବାକୁ ଆଣିଥିବା ହାତୀକୁ ନେଇ ହଟହଟା ବନ ବିଭାଗ । ଟ୍ରକ ଯୋଗେ ହାତୀଟିକୁ ରଣପୁର ଅନ୍ତର୍ଗତ ପଟିଆ ଜଙ୍ଗଲରେ ଛାଡ଼ିବାକୁ ଆଣିଥିବାବେଳେ ସ୍ଥାନୀୟ ଅର୍ଜୁନପୁର ଗ୍ରାମବାସୀଙ୍କ ବିରୋଧ । ଶେଷରେ ସେଠାରୁ ବନବିଭାଗ ଫେରି ଆସି ଟାଙ୍ଗୀ ରେଞ୍ଜ ଅଧୀନ ଭୁଷଣ୍ଡପୂର ସେକସନ ନାଲସିହର ହାତିଆ ପାହାଡ଼ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରୁଥିବାବେଳେ ସେଠାରେ ମଧ୍ୟ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିଥିଲେ । ଫଳରେ ବନ ବିଭାଗ ନିରାଶ ହୋଇ ହାତୀକୁ ନେଇ ପୁଣିଥରେ ଭୁବନେଶ୍ୱର ଅଭିମୁଖେ ଫେରି ଯାଇଥିଲା ।

ଭୁବନେଶ୍ବରରୁ ଟ୍ରାଙ୍କୁଲାଇଡ ହାତୀକୁ ନେଇ ହଟହଟା ବନବିଭାଗ

ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଭୁବନେଶ୍ବର ସହର ମଧ୍ୟକୁ ପଶିଆସିଥିଲା ଦନ୍ତାହାତୀ । ହାତୀଟି ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ପିପିଲିରେ ଉପଦ୍ରବ କରିବାପରେ ରାତିରେ ରାଜଧାନୀ ମୁହାଁ ହୋଇଥିଲା ଦନ୍ତା । ରାତିରେ ସହର ମଧ୍ୟକୁ ଏକ ହାତୀ ପଶି ଆସିଥିବାରୁ ଘଉଡ଼ାଇବାକୁ ନାକେଦମ ହୋଇଥିଲେ ବନବିଭାଗ ଏବଂ ସ୍ଥାନୀୟ ଲୋକେ । ୫୦ ରୁ ଅଧିକ ବନ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରି ବିଫଳ ମଧ୍ୟ ହୋଇଥିଲେ । ଶେଷରେ ଆଜି ସକାଳ ସମୟରେ ଆଇଗିଣିଆରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲା ବନବିଭାଗ । ଟ୍ରାଙ୍କୁଲାଇଜ ପରେ ହାତୀଟି ସ୍ଥିର ଥିବା ସହ ସୁରକ୍ଷିତ ଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ପଶି ନାକେଦମ କଲା ଦନ୍ତା, ଟ୍ରାଙ୍କୁଲାଇଜ ପରେ କରାଗଲା ସ୍ଥାନାନ୍ତର

ଏହାପରେ ଏକ ଟ୍ରକ୍ ଯୋଗେ ହାତୀଟିକୁ ରଣପୁର ଅନ୍ତର୍ଗତ ପଟିଆ ଜଙ୍ଗଲରେ ଛାଡ଼ିବାକୁ ଅଣାଯାଇଥିଲା । ତେବେ ସ୍ଥାନୀୟ ଅର୍ଜୁନପୁର ଗ୍ରାମବାସୀ ରାସ୍ତା ଉପରେ କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିବା ସହ ହାତୀଟିକୁ ଜଙ୍ଗଲରେ ନଛାଡ଼ିବାକୁ ଅଡି ବସିଥିଲେ । ବନ ବିଭାଗ ଅଧିକାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ହାତୀକୁ ନେଇ ଟାଙ୍ଗୀ ରେଞ୍ଜ ଅଧୀନ ଭୁଷଣ୍ଡପୂର ସେକସନ ନାଲସିହର ହାତିଆ ପାହାଡ଼ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରିଥିଲା ବନ ବିଭାଗ । ତେବେ ସେଠାରେ ମଧ୍ୟ ସ୍ଥାନୀୟ ଲୋକଙ୍କର ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା ।

ଶେଷରେ ନିରାଶ ହୋଇ ସେଠାରୁ ମଧ୍ୟ ଫେରିଥିଲା ବନ ବିଭାଗ । ଏହାପରେ ଖୋର୍ଦ୍ଧା କେତକିଝର ନର୍ସରି ମଧ୍ୟରେ ରଖି ହାତୀକୁ ପାଣିମାଡ଼ କରାଯାଇଥିଲା । ଦୀର୍ଘ ସମୟ ଧରି ହାତୀଟି ହାଇୱା ଡାଲାରେ ଗୋଡ଼ରେ ଶିକୁଳି ବନ୍ଧା ଅବସ୍ଥାରେ ଅଖିଆ ଅପିଆ ରହିଥିବା ବେଳେ ପୁନର୍ବାର ଭୁବନେଶ୍ୱର ଅଭିମୁଖେ ନେଇଯାଇଛି ବନ ବିଭାଗ । ତେବେ ଏଥିରେ ଖୋର୍ଦ୍ଧା DFOଙ୍କ ସମେତ ଦୁଇ ଜଣ ACF, ରେଞ୍ଜର, ଫରେଷ୍ଟର ଓ ବନ କର୍ମଚାରୀମାନେ ସାମିଲ ଅଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Nov 2, 2022, 11:02 PM IST

ABOUT THE AUTHOR

...view details