ଓଡିଶା

odisha

ETV Bharat / state

ଫସଲ ଖାଉଛି ବାରହା, ଚିନ୍ତାରେ ଚାଷୀ

ଖୋର୍ଦ୍ଧାରେ ଧାନ ଅମଳ ସମୟରେ ଫସଲ ଖାଉଛି ବାରହା । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଅଧିକ ପଢନ୍ତୁ...

By

Published : Nov 15, 2020, 3:54 AM IST

ଫସଲ ଖାଉଛି ବାରହା
ଫସଲ ଖାଉଛି ବାରହା

ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁଁହେ ବିଗତ ଏକ ମାସ ହେବ ପରାକ୍ରମ ଦେଖାଉଛି ଜଙ୍ଗଲୀ ବାର୍‌ହା । ନିଜ ରକ୍ତକୁ ପାଣି କରି ସୁନାର ଫସଲ କରିଥିବା ଚାଷୀଟିଏ ଏବେ ବାର୍‌ହା ଉପଦ୍ରବର ଶିକାର ହୋଇ ସରକାରୀ ସହାୟତାକୁ ଅପେକ୍ଷା କରିଛି ।

ଫସଲ ଖାଉଛି ବାରହା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମର ଚାଷୀ ଅନେକ କଷ୍ଟରେ ଧାନ ଫସଲ କରିଥିବା ବେଳେ ଏବେ ଧାନ ଅମଳ ସମୟରେ ଜଙ୍ଗଲୀ ବାର୍‌ହା ଆସି ଫସଲକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଏହି ଜଙ୍ଗଲୀ ଜନ୍ତୁଙ୍କ ପାଦ୍ରୁଭାବରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ପାଳି କରି ଫସଲ ଜଗୁଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା କୁହାଯାଉଛି ।

ସେହିପରି ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଫଳ ମିଳୁନି । ତେବେ ବର୍ଷକର ଫସଲ ଜଙ୍ଗଲୀ ବାର୍‌ହାଙ୍କ ପାଇଁ ଉଜୁଡି ଯାଉଥିବା ଦେଖି ସରକାରୀ ସହାୟତା ପାଇଁ ଆଶା ବାନ୍ଧି ବସିଛି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details