ଭୁବନେଶ୍ବର: ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ବିଭିନ୍ନ ତଦନ୍ତକାରୀ ବିଭାଗରୁ ତଥ୍ୟ ସଂଗ୍ରହ ପାଇଁ କୋର୍ଟର ଅନୁମତି ନେଇ ଖଣ୍ଡଗିରି ଥାନାରୁ ତଥ୍ୟ ସଂଗ୍ରହ କରିଛି ଇଡି । ସେପଟେ ଫରେନସିକ ଟିମ୍ କିନ୍ତୁ ଇଡିକୁ କୌଣସି ତଥ୍ୟ ନଦେଇ ଖାଲି ହାତରେ ଫେରାଇ ଦେଇଥିବା ଜଣାପଡ଼ିଛି ।
ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ କୋର୍ଟଙ୍କ ଠାରୁ ଅନୁମତି ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଦ୍ବିତୀୟ ଥର ପାଇଁ ଶୁକ୍ରବାର ଖଣ୍ଡଗିରି ଥାନାରେ ପହଞ୍ଚି ଅର୍ଚ୍ଚନାଙ୍କର ସିଜ ହୋଇଥିବା ସମ୍ପତ୍ତିର ତଥ୍ୟ ସଂଗ୍ରହ କରିଛନ୍ତି ଇଡି ଅଧିକାରୀ । ଏହା ପୂର୍ବରୁ ମଧ୍ୟ ଥାନାରୁ ତଥ୍ୟ ସଂଗ୍ରହ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଅଧିକା ତଥ୍ୟ ପାଇଁ ଫରେନସିକ ଟିମ୍ ନିକଟରେ ପହଞ୍ଚି ତଥ୍ୟ ମାଗିଥିଲେ ଇଡି ଅଧିକାରୀ । କିନ୍ତୁ କୌଣସି ତଥ୍ୟ ନଦେଇ ଇଡିକୁ ଖାଲି ହାତରେ ଫରେନସିକ ଟିମ୍ ଫେରାଇ ଦେଇଥିବା ଜଣାପଡ଼ିଛି ।