ଓଡିଶା

odisha

By

Published : Sep 26, 2019, 10:38 PM IST

ETV Bharat / state

ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଯନ୍ତ୍ରୀକୁ ଅଟକ ରଖିଲେ ଗ୍ରାମବାସୀ

ଲଗାଣବର୍ଷା କାରଣରୁ ମୁଖ୍ୟ ରାସ୍ତା ସହ ଗଳିକନ୍ଦି ଏବଂ ସ୍କୁଲ ଯିବା ଆସିବା ରାସ୍ତାରେ ପାଣି ଜମି ରାସ୍ତାର ଅବସ୍ଥା ଶୋଚନୀୟ । ଗ୍ରାମବାସୀ ଯନ୍ତ୍ରୀଙ୍କୁ ଅଫିସରୁ ଆଣି ଉକ୍ତ ସ୍ଥାନ ପରିଦର୍ଶନ କରାଇବା ସହ ରାସ୍ତା କାମ ନସରିବା ପର୍ଯ୍ୟନ୍ତ ଛଡା ଯିବନାହିଁ ବୋଲି ଅଟକ ରଖିଥିଲେ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର:

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜଟଣୀ ପୌରପରିଷଦ ଅଧିନ କୁଦିଆରୀ ଗ୍ରାମରେ ଯନ୍ତ୍ରୀ ଅଟକ । ଲଗାଣବର୍ଷା କାରଣରୁ ମୁଖ୍ୟ ରାସ୍ତା ସହ ଗଳିକନ୍ଦି ଏବଂ ସ୍କୁଲ ଯିବା ଆସିବା ରାସ୍ତାରେ ପାଣି ଜମି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ବାରମ୍ବାର ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଗ୍ରାମର ମହାବୀର ଯୁବକ ସଙ୍ଘର କର୍ମକର୍ତା ପୌରପରିଷଦ ଯନ୍ତ୍ରୀଙ୍କୁ ଅଫିସରୁ ଆଣି ଉକ୍ତ ସ୍ଥାନ ପରିଦର୍ଶନ କରାଇବା ସହ ରାସ୍ତା କାମ ନସରିବା ପର୍ଯ୍ୟନ୍ତ ଛଡା ଯିବନାହିଁ ବୋଲି କହି ଅଟକ ରଖିଥିଲେ । ମୁଖ୍ୟତଃ ଡ୍ରେନେଜ ନଥିବା କାରଣରୁ ଟିକିଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ସେପଟେ ଶୀଘ୍ର କାମ ସରିବା ନିଜେ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଛଡ଼ାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details