ଓଡିଶା

odisha

ETV Bharat / state

ଝାରସୁଗୁଡା ବ୍ୟାଟେଲ: ଓଡିଶାରେ ପ୍ରଥମ, ସବୁ ବୁଥରେ ହେବ ୱେବକାଷ୍ଟିଂ - ସବୁ ବୁଥରେ ହେବ ୱେବକାଷ୍ଟିଂ

ଅବାଧ, ଶାନ୍ତିଶୃଙ୍ଖଳା ଓ ନିରପେକ୍ଷତାର ସହ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ ୱେବକାଷ୍ଟିଂ । ଅଧିକ ପଢ଼ନ୍ତୁ

ଝାରସୁଗୁଡା ବ୍ୟାଟେଲ, ସବୁ ବୁଥରେ ହେବ ୱେବକାଷ୍ଟିଂ
ଝାରସୁଗୁଡା ବ୍ୟାଟେଲ, ସବୁ ବୁଥରେ ହେବ ୱେବକାଷ୍ଟିଂ

By

Published : May 6, 2023, 9:18 PM IST

ଝାରସୁଗୁଡା ବ୍ୟାଟେଲ, ସବୁ ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ଅବାଧ, ଶାନ୍ତିଶୃଙ୍ଖଳା ଓ ନିରପେକ୍ଷତାର ସମ୍ପାଦନ କରିବା ଲାଗି ବ୍ୟବସ୍ଥା । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ ୱେବକାଷ୍ଟିଂ । ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ । ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନିୟମିତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଜାରି ରହିଛି । ଆଜି ମଧ୍ୟ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିସି ଜରିଆରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ କରି ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥକୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କାଳବୈଶଖି ଝଡ଼ବାତ୍ୟାର ଆଗୁଆ ଆକଳନ, ଏକ୍‌ଜିଟ ପୋଲ ଉପରେ ରୋକ, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା ଷ୍ଟ୍ରଙ୍ଗରୁମ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି ।"

ସେହିଭଳି ଭୋଟରଙ୍କ ଲାଗି ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେ କହିଛନ୍ତି, "ଝାରସୁଗୁଡ଼ା ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି । କୌଣସି ଅସାଧାରଣ ପରିସ୍ଥିତି ନାହିଁ । ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲଘଂନ ସାଧାରଣ କଥା । ବର୍ତ୍ତମାନ ସୁଦ୍ଧା ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପାଇଛୁ । ଜିଲ୍ଲାପାଳ ମଧ୍ୟ ଏହି ଅଭିଯୋଗ ପାଇଛନ୍ତି । ସବୁର ତଦନ୍ତ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ବିଭିନ୍ନ ରାଜନୈତିକ ଦଳର ମତାମତ ମଧ୍ୟ ନିଆଯାଇଛି । ପର୍ଯ୍ୟବେକ୍ଷକ ମଧ୍ୟ ମତାମତ ଦେଇଛନ୍ତି ।"

ଆଜିର ବୈଠକରେ ଉପନିର୍ବାଚନ ପାଇଁ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଦେବକ୍ରିଷ୍ଣା ତିୱାରୀ, ପୋଲିସ ପର୍ଯ୍ୟବେକ୍ଷକ ହମିଦ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରବିରାଜ ସାହୁରାଜ ଖୋଗରେ, ରାଜ୍ୟର ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ. ନରୱାଣେ ଓ ଏସପି ସ୍ମିଥ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତୃଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡ଼ା

ABOUT THE AUTHOR

...view details