ଖୋର୍ଦ୍ଧା:ଜିଲ୍ଲାର ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ପରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢାଉ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ପ୍ରାୟ ୨୫ଟି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଫାଷ୍ଟଫୁଡ ଦୋକାନ ଗୁଡିକରେ ଚଢ଼ାଉ କରିଥିଲେ ।
ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ - ଖୋର୍ଦ୍ଧା ଖବର
ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଫାଷ୍ଟଫୁଡ୍ ଦୋକାନ ଗୁଡିକରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ । ଅଧିକ ପଢନ୍ତୁ
ବାଣପୁର-ବାଲୁଗାଁରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ
ଚଢାଉ ସମୟରେ ପ୍ରାୟ ୪୦ କେଜି ବାସି ଖାଦ୍ୟକୁ ନଷ୍ଟ କରିଛନ୍ତି । ଏହାସହ ୮,୫୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ ହୋଇଥିବାର ଜଣାପଡିଛି । ହଠାତ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ସ୍ଥାନୀୟ ଲୋକମାନେ ପସନ୍ଦ କରିଛନ୍ତି । ଏଥିସହିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍ରେ ଖାଦ୍ୟର ମାନ ନିୟମିତ ଯାଞ୍ଚ କରିବାକୁ ନିବେଦନ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା