ଓଡିଶା

odisha

ETV Bharat / state

ପାର୍ବଣ ପାଇଁ ଖାଦ୍ୟ ସୁରକ୍ଷା ସଚେତନତା ବାର୍ତ୍ତା ଦେଲା ବିଏମସି, ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ନିର୍ଦ୍ଦେଶ - ବ୍ୟବସାୟୀମାନଙ୍କୁ ପଞ୍ଚସୁତ୍ରୀ ସପଥ ପାଠ କଲା ବିଏମସି

ପାର୍ବଣ ପାଇଁ ଆକ୍ସନ ମୋଡରେ ବିଏମସି । ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଅଧିକା ଗୁରୁତ୍ୱ । ବ୍ୟବସାୟୀମାନଙ୍କୁ ପଞ୍ଚସୁତ୍ରୀ ପରାମର୍ଶ ଦେବା ସହ ଶପଥ ପାଠ । ଅଧିକ ପଢନ୍ତୁ

ପାର୍ବଣ ପାଇଁ ଖାଦ୍ୟ ସୁରକ୍ଷା ସଚେତନତା ବାର୍ତ୍ତା ଦେଲା ବିଏମସି ,ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ
ପାର୍ବଣ ପାଇଁ ଖାଦ୍ୟ ସୁରକ୍ଷା ସଚେତନତା ବାର୍ତ୍ତା ଦେଲା ବିଏମସି ,ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ

By ETV Bharat Odisha Team

Published : Oct 16, 2023, 7:05 PM IST

ଭୁବନେଶ୍ୱର:ପାର୍ବଣ ପାଇଁ ଆକ୍ସନ ମୋଡରେ ବିଏମସି । ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଅଧିକା ସଚେତନ ପାଇଁ କଡାକଡା ନିର୍ଦ୍ଦେଶ । ଏଥିପାଇଁ ଆଜି ବିଏମସିର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରର ଖାଦ୍ୟ ସୁରକ୍ଷାକୁ ନେଇ ବିଏମସି ଆଜି ବିଭିନ୍ନ ଉଠା ଦୋକାନିମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ବିଏମ୍ସିର ମେୟର ଏବଂ କମିଶନର ଉପସ୍ଥିତ ଥିଲେ । ବ୍ୟବସାୟୀମାନଙ୍କୁ ପଞ୍ଚସୁତ୍ରୀ ପରାମର୍ଶ ଦେବା ସହ ସେମାନଙ୍କୁ ଶପଥ ପାଠ ମଧ୍ୟ କରାଯାଇଛି । ବ୍ୟବସାୟୀମା ମଧ୍ୟ ପଞ୍ଚସୁତ୍ରୀ ପରାମର୍ଶ ପଳନ କରି କିଭଳି ସହରକୁ ସ୍ୱଚ୍ଛ ରଖିବାରେ ସହଭାଗିତାକୁ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ମେୟର ଓ କମିଶନର । ପାର୍ବଣ ଋତୁ ଚାଲିଥିବାରୁ ଲୋକମାନଙ୍କ ସାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ବିଶେଷ ଭାବେ ପାର୍ବଣର ସମୟ ଚାଲିଥିବା ବେଳେ ଗ୍ରାହକଙ୍କୁ କିଭଳି ବାସି ଖାଦ୍ୟ ଦିଆଯିବ ନାହିଁ ସ୍ୱଚ୍ଛତା ପରିପାଳନ କରି ଖାଦ୍ୟ ପରସିବେ ସେ ନେଇ ବୁଝାଇଥିଲେ ବିଏମ୍ସି ମେୟର । 'ମୋ ସହର ମୋ ଦାୟିତ୍ୱ ବାର୍ତ୍ତା' ନେଇ ସହରକୁ ସ୍ଵଚ୍ଛ ସୁନ୍ଦର ଓ ସୁରକ୍ଷିତ ରଖିବାର ସଂକଳ୍ପକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର । ଆଉ ଏନେଇ ଭେଣ୍ଡରଙ୍କୁ ଏକ ସଂକଳ୍ପ ପାଠ ବା ଶପଥ କରାଯାଇଛି । ଅନ୍ୟପଟେ ଖାଦ୍ୟ ସୁରକ୍ଷାରେ ଅବହେଳାକୁ ନେଇ ଜରିମାନା ସହ ନିୟମର ନମାନିଲେ ଦୋକାନକୁ ବାଧ୍ୟ ହୋଇ ବନ୍ଦ କରାଯିବ ବୋଲି ତାଗିତ୍ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଦଶହରା ପୂର୍ବରୁ ଷ୍ଟ୍ରିଟ ଫୁଡ଼ ଉପରେ ସିଏମସିର ଚଢାଉ



ତେବେ ପଞ୍ଚସୁତ୍ରୀ ପରାମର୍ଶକୁ ନେଇ ପ୍ରଥମ ସୂତ୍ରୀରେ ବିଏମସି କମିଶନର କହିଛନ୍ତି,"ଖାଦ୍ୟ ରାନ୍ଧିବା, ସୁରକ୍ଷିତ ରଖିବା ଏବଂ ପରଷିବା ବେଳେ ପରିଛନ୍ନତା ରକ୍ଷା କରନ୍ତୁ । ସେହିପରି ଖାଦ୍ୟ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ ଓ ଫାଓମ ଇତ୍ୟାଦି ଆଦୌ ବ୍ୟବହାର କରନ୍ତୁ ନାହିଁ । ଆବଶ୍ୟକିୟ ଆକାରର ଡଷ୍ଟବିନ ରଖନ୍ତୁ , ସର୍ବସାଧାରଣ ସ୍ଥାନରେ ଅଳିଆ ପକାନ୍ତୁ ନାହିଁ କି ଜଳାନ୍ତୁ ନାହିଁ ଏବଂ ପୃଥକ ବର୍ଯ୍ୟବସ୍ତୁକୁ ବିଏମ୍‌ସି ସଫେଇ ଗାଡିକୁ ଦିଅନ୍ତୁ ଓ ନିଜ ବ୍ୟବସାୟ ସ୍ଥାନର ୫ ମିଟର ପରିଧିକୁ ସଫା ରଖନ୍ତୁ ।"


ବ୍ୟବସାୟୀମାନେ ମଧ୍ୟ ନିଜର ପ୍ରତିକ୍ରୀୟା ଦେଇଛନ୍ତି ଯେ, ସେମାନେ ବିଏମ୍ସିର ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଅନୁପାଳନ କରିବେ । ଲୋକଙ୍କୁ ହାଇଜେନିକ ଓ ସୁସ୍ଥ ଖାଦ୍ୟ ପ୍ରଦାନ କରିବେ । ଏହାସହ ଆପ୍ରୋନ ଗ୍ଳୋବ୍ସ ମାସ୍କ ଓ କ୍ୟାପ ଲଗେଇ ସୁରକ୍ଷିତ ଢଙ୍ଗରେ ଖାଦ୍ୟ ପ୍ରଦାନ କରିବେ ବୋଲି ।


ଇଟିଭି ଭାରତ,ଭୁବନେଶ୍ୱର

ABOUT THE AUTHOR

...view details