ଖୋର୍ଦ୍ଧା: ରାଜ୍ୟରେ କିଛି ଦିନ ତଳେ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଫୁଲିଥିଲା ବିଭିନ୍ନ ନଦୀ । ଫଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି । ଏମିତିରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ । ଗୋଟିଏ ପଟେ ଚଳିତବର୍ଷର ଖରିଫ ଧାନ ଫସଲ ଆରମ୍ଭରୁ ସ୍ବଳ୍ପ ବର୍ଷାରେ କୃଷି କାର୍ଯ୍ୟ ବିଳମ୍ବିତ ହୋଇଥିଲା । ସେଥିରେ ପୁଣି ଅଗଷ୍ଟ ମାସରେ ଲଘୁଚାପଜନିତ ଲଗାଣ ବର୍ଷାରେ ଚାଷଜମିରେ ରୁଆ ପୋତା କାର୍ଯ୍ୟ କରିଥିଲା ଚାଷୀ । ହେଲେ ଏବେ ମହାନଦୀର ଶାଖା ରଣ ନଦୀରେ ବନ୍ୟା ଜଳ ପ୍ରଭାବିତ ହେବା ଦ୍ବାରା ବେଗୁନିଆ ବ୍ଲକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି ।
ବେଗୁନିଆ ବ୍ଲକରେ ମହାନଦୀ ବନ୍ୟାଜଳ, 1349 ହେକ୍ଟର ଚାଷ ଜମି ଜଳମଗ୍ନ - ଖୋର୍ଦ୍ଧାରେ ପଶିଲା ବନ୍ୟା ଜଳ
ରାଜ୍ୟରେ କିଛି ଦିନ ତଳେ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଫୁଲିଥିଲା ବିଭିନ୍ନ ନଦୀ । ଫଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି । ଏମିତିରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ । ଅଧିକ ପଢନ୍ତୁ...
ବନ୍ୟା ଜଳ ପ୍ରଭାବିତ ହେବା ଦ୍ଵାରା ବେଗୁନିଆ ବ୍ଲକର 5ଟି ପଞ୍ଚାୟତର 21ଟି ଗ୍ରାମର ଚାଷ ଜମି ପ୍ରଭାବିତ ହୋଇଛି । ସେଥି ମଧ୍ୟରେ ପୋଡାଡିହ ପଞ୍ଚାୟତର 618 ହେକ୍ଟର, ପଙ୍ଗାରସିଂହ ପଞ୍ଚାୟତର 80 ହେକ୍ଟର, ବାଘମାରୀର 289 ହେକ୍ଟର, ସାରୁଅର 350 ହେକ୍ଟର ଏବଂ ଦୁର୍ଗାପୁର ପଞ୍ଚାୟତର 12 ହେକ୍ଟର ସହ 21 ଗ୍ରାମର 1349 ହେକ୍ଟର (3372 ଏକର) ଚାଷ ଜମି ଜଳମଗ୍ନ ହୋଇଥିବା ଦେଖାଯାଇଛି । ଏନେଇ ବେଗୁନିଆ ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେପଟେ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜୋର ଧରିଛି ଦାବି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ