ଓଡିଶା

odisha

ETV Bharat / state

ଅଟ୍ରି ଉଷ୍ମ ପ୍ରସବଣରେ ବନ୍ୟାଜଳ, ପର୍ଯ୍ୟଟକ ନିରାଶ - ପର୍ଯ୍ୟଟକ ନିରାଶ

ଅଟ୍ରି ଉଷ୍ମ ପ୍ରସବଣର କୁଣ୍ଡ ଉପରେ ବନ୍ୟା ଜଳ ମାଡିଯାଇଛି । ରଣ ନଦୀରେ ବନ୍ୟାଜଳ ଆସିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ପର୍ଯ୍ୟଟକ ନିରାଶ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Sep 12, 2019, 5:42 PM IST

ଖୋର୍ଦ୍ଧା: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଅଟ୍ରି ଉଷ୍ମ ପ୍ରସବଣର କୁଣ୍ଡ ଉପରେ ବନ୍ୟା ଜଳ ମାଡିଯାଇଛି । ରଣ ନଦୀରେ ବନ୍ୟାଜଳ ଆସିବାରୁ ଏହି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ବହୁ ପର୍ଯ୍ୟଟକ ଏଠାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅଟ୍ରି ଉଷ୍ମ ପ୍ରସବଣ ଜଳରେ ସ୍ନାନ କଲେ ଚର୍ମରୋଗ ଭଲ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଡ୍ୟାମର ଏକାଧିକ ଗେଟ ଖୋଲିଛି । ଯାହାଫଳରେ ମହାନଦୀ ଫୁଲି ତାର ସବୁ ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ରଣ ନଦୀରେ ପୁଣିଥରେ ବନ୍ୟାଜଳ ଆସିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details