ଓଡିଶା

odisha

ETV Bharat / state

ଖୋର୍ଦ୍ଧା ହିରିମୂଳରେ ପଶିଲା ପ୍ରଥମ ବନ୍ୟା ଜଳ - ହିରିମୂଳରେ ପ୍ରଥମ ବନ୍ୟା ଜଳ ପଶିଛି

ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ହିରିମୂଳରେ ପ୍ରଥମ ବନ୍ୟା ଜଳ ପଶିଛି ।

flood water enter in khurda
ଖୋର୍ଦ୍ଧା ହିରିମୂଳରେ ପଶିଲା ପ୍ରଥମ ବନ୍ୟା ଜଳ

By

Published : Aug 21, 2020, 1:07 PM IST

ଖୋର୍ଦ୍ଧା: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ହିରିମୂଳରେ ପ୍ରଥମ ବନ୍ୟା ଜଳ ପଶିଛି । ଖୋର୍ଦ୍ଧା ଓରବରସିଂ ପଞ୍ଚାୟତ ହିରିମୁଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ପାଣି ବଢ଼ିଲେ ପୂର୍ବ ବର୍ଷ ଭଳି ଆଖପାଖର ତିନୋଟି ପଞ୍ଚାୟତରେ ପାଣି ପସିବାର ସମ୍ଭାବନା ରହିଛି । ଏକର ଏକର ଚାଷଜମିର ବର୍ଷକର ଫସଲ ଧୋଇନେବା ଭଳି ମଧ୍ୟ ଆଶଙ୍କା ଦେଖାଦେଇଛି ।

ଖୋର୍ଦ୍ଧା ହିରିମୂଳରେ ପଶିଲା ପ୍ରଥମ ବନ୍ୟା ଜଳ

ଏପଟେ ଜଳବନ୍ଦୀ ହୋଇ ରହିଥିବା ଓରବରସିଂ ପଞ୍ଚାୟତର ହିରିମୂଳ ଗ୍ରାମ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଗାଁକୁ ଯାତାୟତ ପାଇଁ ସରକାରୀ ବୋଟ ବ୍ୟବସ୍ଥା କରାଯାଇଛି । ସରପଞ୍ଚ ଓ ଖୋର୍ଦ୍ଧା ବିଡିଓ ସ୍ଥିତି ଉପରେ ନଜର ରଖିଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ନଜର ରଖାଯାଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details