ଖୋର୍ଦ୍ଧା: ଫୁଲୁଛି ମହାନଦୀ ଏବଂ ତାର ଶାଖା ନଦୀ । ନଦୀ ଯେତିକି ଫୁଲୁଛି ଲୋକମାନଙ୍କ ଦୁର୍ଦ୍ଦଶା ସେତିକି ବଢୁଛି । ଗୋଟିଏ ପଟେ କୋରୋନା ଆତଙ୍କ ଅନ୍ୟପଟେ ବନ୍ୟାର ବିଭୀଷିକା ଲୋକଙ୍କୁ ବିଚଳିତ କରିଛି । ବନ୍ୟାରେ ଖୋର୍ଦ୍ଧା ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳବନ୍ଦୀ ହୋଇଛି।
ଫୁଲୁଛି ମହାନଦୀ, ବଢୁଛି ଦୁର୍ଦ୍ଦଶା - ଖୋର୍ଦ୍ଧା ବନ୍ୟା
ଫୁଲୁଛି ମହାନଦୀ ଏବଂ ତାର ଶାଖା ନଦୀ । ନଦୀ ଯେତିକି ଫୁଲୁଛି ଲୋକମାନଙ୍କ ଦୁର୍ଦ୍ଦଶା ସେତିକି ବଢୁଛି । ଗୋଟିଏ ପଟେ କୋରୋନା ଆତଙ୍କ ଅନ୍ୟପଟେ ବନ୍ୟାର ବିଭୀଷିକା ଲୋକଙ୍କୁ ବିଚଳିତ କରିଛି । ବନ୍ୟାରେ ଖୋର୍ଦ୍ଧା ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳବନ୍ଦୀ ହୋଇଛି।
ଫୁଲୁଛି ମହାନଦୀ
ଫୁଲୁଛି ମହାନଦୀ
ସେହିଭଳି ଖୋର୍ଦ୍ଧାରୁ ବାଙ୍କୀ ଯାଇଥିବା ମୁଖ୍ୟ ରାସ୍ତା ଉପରେ 4 ଫୁଟର ପାଣି ଚାଲୁଥିବାରୁ ବାଙ୍କୀକୁ ଯିବାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବେଗୁନିଆ ବ୍ଲକ ଭୋଗଡା ତୁଳସୀପୁର ମଝିରେ ରାସ୍ତା ଉପରେ ମହାନଦୀର ଶାଖା ରଣ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Aug 31, 2020, 1:06 PM IST