ଓଡିଶା

odisha

ETV Bharat / state

57ନଂ ଜାତୀୟ ରାଜପଥରେ 3 ଫୁଟର ବନ୍ୟାଜଳ, ଯାତାୟତ ଠପ - Traffic on National Highway 57 is closed

ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବାଘମାରି ସାରୁଅ ମଧ୍ୟରେ 3 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଏହି କାରଣରୁ 57ନଂ ଜାତୀୟ ରାଜପଥରକୁ ବନ୍ଦ କରାଯାଇଛି ।

khurda
57ନଂ ଜାତୀୟ ରାଜପଥରେ ଯାତାୟତ ବନ୍ଦ

By

Published : Aug 31, 2020, 10:51 PM IST

ଖୋର୍ଦ୍ଧା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବାଘମାରି ସାରୁଅ ମଧ୍ୟରେ 3 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଏହି କାରଣରୁ 57ନଂ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି ।

57ନଂ ଜାତୀୟ ରାଜପଥରେ ଯାତାୟତ ବନ୍ଦ

ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ 57ନଂ ଜାତୀୟ ରାଜପଥକୁ ବନ୍ଦ କରିଛି । ଯାହାଫଳରେ ଏହି ରାସ୍ତା ଦେଇ ଆସୁଥିବା ହଜାର ହଜାର ଗାଡିକୁ ଉଭୟ ବାଘମାରି ଏବଂ ସାରୁଅ ପଟରୁ ଫେରାଇ ଦିଆଯାଉଛି ।

ସୂଚନା ଯୋଗ୍ୟ, ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ମହାନଦୀର ଶାଖା ରଣନଦୀରେ ବନ୍ୟା ଆସିଛି । ଏହି ବନ୍ୟାଜଳ 57ନଂ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି । ଯାହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details