ଓଡିଶା

odisha

ETV Bharat / state

ଭୁବନେଶ୍ୱର ଏୟାରପୋର୍ଟରେ ବଢିଛି ଟ୍ରାଫିକ: ଅକ୍ଟୋବର ପହିଲାରୁ ରନୱେ ମରାମତି, 8 ଘଣ୍ଟା ବନ୍ଦ ରହିବ ସେବା - ରାତିରେ ବନ୍ଦ ରହିବ ବିମାନସେବା

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇଛି । ଆସନ୍ତା ଅକ୍ଟୋବର ପହିଲାରୁ ବିମାନବନ୍ଦରର ରନ୍‌ୱେର ମରାମତି କାମ କରାଯିବ । ଅଧିକ ପଢ଼ନ୍ତୁ

flight services increased in bhubaneswar
ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ବୃଦ୍ଧି

By ETV Bharat Odisha Team

Published : Sep 17, 2023, 10:27 PM IST

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇଛି । 2022 ମସିହା ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଓ ବିମାନ ଚଳାଚଳ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଭୁବନେଶ୍ଵର ଦେଇ ରାଜ୍ୟ ତଥା ବିଦେଶକୁ ଅନେକ ଯାତ୍ରୀ ଯିବା ଆସିବା କରୁଛନ୍ତି । ଯାହା ସୁବିଧାରେ ଯାତ୍ରୀମାନେ ଗମନାଗମନ କରିପାରୁଛନ୍ତି ।

ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ବୃଦ୍ଧି
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇଛି । ବିଗତ ବର୍ଷ ତୁଳନାରେ 31.9% ଏବଂ 48.3% ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ସୂଚନା ଅନୁସାରେ, 2022 ମସିହା ଜୁଲାଇ ମାସ ମଧ୍ୟରେ 2 ହଜାର 187ଟି ବିମାନ ଚଳାଚଳ କରିଥିଲା। ଏଥିରେ ଯାତ୍ରୀଙ୍କ ସଂଖ୍ୟା ରହିଥିଲା 2 ଲକ୍ଷ 45 ହଜାର 232 । ସେହିପରି ଭାବରେ 2023 ମସିହା ଜୁଲାଇ ମାସ ସୁଦ୍ଧା ଭୁବନେଶ୍ଵର ବିମାନ ବନ୍ଦରରେ 2 ହଜାର 885ଟି ବିମାନ ଚଳାଚଳ କରିଛି ।

ତେବେ ଏଥିରେ 3 ଲକ୍ଷ 63 ହଜାର 576 ଜଣ ଯାତ୍ରୀ ଗମନାଗମନ କରିଥିବା ଜଣାପଡ଼ିଛି । ଏନେଇ ଏୟାରପୋର୍ଟ ଅଥୋରିଟି ସୂଚନା ଦେଇଛନ୍ତି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୈନିକ ବିମାନ ଚଳାଚଳ 90ରୁ 100ଟି ରହୁଥିବାବେଳେ ଯାତ୍ରୀଙ୍କ ସଂଖ୍ୟା ପାଖାପାଖି 12 ହଜାରରୁ ଅଧିକ ରହୁଥିବା ଜଣାପଡିଛି । ତେବେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାତିରେ ବିମାନ ଉଡ଼ାଣ ହେବନି ବୋଲି ସୂଚନା ଦିଆଯାଇଛି । ଆସନ୍ତା ଅକ୍ଟୋବର ପହିଲାରୁ ବିମାନବନ୍ଦରର ରନ୍‌ୱେର ମରାମତି କାମ କରାଯିବ । ଏହି ମରାମତି କାମ 3 ମାସ ପର୍ଯ୍ୟନ୍ତ ଚାଲିବ । ଯାହା ଫଳରେ ରାତିରେ 8 ଘଣ୍ଟା ଧରି ବନ୍ଦ ରହିବ ବିମାନସେବା ।

ଏହା ବି ପଢନ୍ତୁ...ଉତ୍କେଲାରେ ଉତ୍କଣ୍ଠା, ବିମାନ ଉଡାଣ ପରେ କଳାହାଣ୍ଡିରେ ଖୁସିର ଲହରୀ

ବିଶେଷ ଭାବରେ ଏହି କାମ ସଠିକ ପାଣିପାଗ ଦେଖି କରାଯାଇଥାଏ । ଏହି ସମୟରେ କ୍ୟାଟ୍ 2 ଲାଇଟର ଫିଟିଂ ମଧ୍ୟ ରନୱେରେ ଲଗାଯିବ । ସୂଚନା ମୁତାବକ, ରନୱେ ରିକାର୍ପେଟିଂ ପାଇଁ 72 କୋଟି ଓ କ୍ୟାଟ 2 ଲାଇଟ ପାଇଁ 19 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟ ସମୟରେ ରାତି 10ଟାରୁ ସକାଳ 6ଟା କିମ୍ବା ରାତି 11ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଭୁବନେଶ୍ଵର ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details