ଓଡିଶା

odisha

ETV Bharat / state

BBSR-RKL Flight: ବିଜ୍ଞାପନରେ ନାହିଁ ମୋଦିଙ୍କ ଫଟୋ ! କ୍ଷୋଭ ପ୍ରକାଶକଲେ କେନ୍ଦ୍ରମନ୍ତ୍ରୀ, ଜବାବ ଦେଲେ ପରିବହନ ମନ୍ତ୍ରୀ - ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ

ଭୁବନେଶ୍ବର ବିମାନ ବନ୍ଦରରୁ ରାଉରକେଲାକୁ ବିମାନ ଉଡାଣ ଆରମ୍ଭ ହୋଇଛି । ତେବେ କୌଣସି ବିଜ୍ଞାପନରେ ମଧ୍ୟ ମୋଦିଙ୍କ ଫଟୋ ରହିନଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାସଂଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

By

Published : Jan 7, 2023, 3:27 PM IST

କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର:ଆଜିଠୁ ଆରମ୍ଭ ହେଲା ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡାଣ । ଭିସି ଜରିଆରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦଘାଟନ କରିଥିବା ବେଳେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନ ରହିବା ନେଇ କ୍ଷୋଭ ପ୍ରକାଶ କରିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆମର ଦଳ ଅଲଗା ହୋଇଥିବାରୁ ରାଜନୈତିକ ଦ୍ୱନ୍ଦ୍ୱ ରହିବ । କିନ୍ତ ରାଜ୍ୟ ସ୍ୱାର୍ଥ କଥା ଉଠିଲେ ଏକାଠି ହେବା ଦରକାର । ବାର୍ଲିରେ ଥିବାବେଳେ ପ୍ରଧାନମନ୍ତ୍ରୀ ବାଲିଯାତ୍ରା କଥା ଉଠାଇଥିଲେ । ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଲେ । କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେନି। ଆଜି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଭଲ ହୋଇଥାନ୍ତା । ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା ।"

ଏହା ମଧ୍ୟ ପଢନ୍ତୁ: Flight Service: ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଉଡିଲା ବିମାନ

ତେବେ ଏହି ଘଟଣାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି, "ନୂଆ ବର୍ଷରେ ଓଡିଶାବାସୀଙ୍କୁ ଏହା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ୨୦୧୪ ମସିହା ୨୬ ମେ ମାସରେ ଦେଶର କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ଇଚ୍ଛା ଥିଲା ଯେ, ଦେଶର ପ୍ରତ୍ୟେକ ନାଗରିକ ବିମାନରେ ଯାତ୍ରା କରନ୍ତୁ । ଆଜି ସେହି ସ୍କିମରେ ଭୁବନେଶ୍ଵର ରାଉରକେଲା ବିମାନ ଉଡାଣ ଆରମ୍ଭ ହୋଇଛି। ତେବେ ମନରେ ଦୁଃଖ ହେଉଛି, ଆଜି ଖବରକାଗଜ ଓ ବଡ ବଡ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ମୁଖ୍ୟମନ୍ତ୍ରୀ, ସେମାନଙ୍କ ପରାମର୍ଶଦାତା, ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଚାହେଁ, ଏହି ଫ୍ଲାଇଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୦୦ ପ୍ରତିଶତ ଅବଦାନ ରହିଛି । ୧୦୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଯୋଗାଇଛନ୍ତି । କିନ୍ତୁ କୌଣସି ହୋର୍ଡିଂ ଓ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କଣ ପାଇଁ ନାହିଁ ? ଆଶ୍ଚର୍ଯ୍ୟର କଥା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ କାହା ମୁହଁରୁ ଶବ୍ଦଟିଏ ବି ବାହାରିଲାନି । ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅପେକ୍ଷା ରଖୁଛୁ, ଏହି ବିମାନ ଉଡାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ । ୩ କୋଟି ୨୫ ଲକ୍ଷ ଓଡ଼ିଆ ଲୋକଙ୍କୁ ମାଗଣାରେ ଚାଉଳ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ ।"

ଏହାର ପ୍ରତିଉତ୍ତର ଦେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ବିରୋଧୀଙ୍କ କାମ ହେଲା ଅଭିଯୋଗ କରିବା । ବିରୋଧୀ ସବୁବେଳେ ବିଭିନ୍ନ ପ୍ରକାର ଅଭିଯୋଗ କରନ୍ତି । ଆଜି ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଉନ୍ନତି ପରେ ଉନ୍ନତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details