ଭୁବନେଶ୍ବର:ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଉଡିବ ବିମାନ । ଆଲିଆନ୍ସ ଏୟାର ଏହି ବିମାନ ସେବା ଯୋଗାଇବ । ସପ୍ତାହକୁ 4 ଦିନ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଖଳ ବିମାନ ଚଳାଚଳ କରିବ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ 4ଟା 15ରେ ବିମାନ ଉଡାଣ ଆରମ୍ଭ କରି ଝାରସୁଗୁଡ଼ାରେ 5ଟା 30 ମିନିଟରେ ପହଞ୍ଚିବ । ସେହିଭଳି ଭାବରେ ଝାରସୁଗୁଡ଼ାରୁ ସନ୍ଧ୍ୟା 5ଟା 55ରୁ ଯାତ୍ରା ଆରମ୍ଭ କରି ରାତି 7ଟା 05 ମିନିଟରେ ଭୁବନେଶ୍ବରରେ ପହଞ୍ଚିବ । ଏହି ବିମାନ ଉଡାଣର ଆର୍ଥିକ ସହାୟତା ରାଜ୍ୟ ସରକାର ବହନ କରିବେ ।
ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ବିମାନ ସେବାରେ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ଅଞ୍ଚଳକୁ ଆକାଶ ପଥରେ ଯୋଡ଼ୁଛନ୍ତି । ସରକାରଙ୍କର ଆର୍ଥିକ ସହାୟତାରେ ଆଜିଠୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଆଲିଆନ୍ସ ଏୟାର ବିମାନ ସେବା ଯୋଗାଇବ । ସପ୍ତାହକୁ 4 ଦିନ ରାଜଧାନୀରୁ ଝାରସୁଗୁଡାକୁ ବିମାନ ଉଡ଼ାଣ ଭରିବ । ଏପଟେ ବିମାନ ସେବା ଦେଖିବ ରାଜ୍ୟର ଆଦିବାସୀ ଆଧ୍ୟୁଷିତ ଉପାନ୍ତ ଜିଲ୍ଲା ମାଲକାନଗିରି ।