ଓଡିଶା

odisha

By

Published : Jan 26, 2023, 9:33 AM IST

ETV Bharat / state

ଖୁବଶୀଘ୍ର ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା, ଜାଣନ୍ତୁ ଭଡା

ଜାନୁଆରୀ 31 ତାରିଖରୁ ଭୁବନେଶ୍ବରରୁ ଜାମସେଦପୁର ଏବଂ ଜାମସେଦପୁରରୁ କୋଲକାତାକୁ ଉଡ଼ିବ ବିମାନ । ଅଧିକ ପଢନ୍ତୁ

flight service to Jamshedpur starts soon
ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା

ଭୁବନେଶ୍ବର:ଖୁବଶୀଘ୍ର ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା ଆରମ୍ଭ ହେବ । ଜାନୁଆରୀ 31 ତାରିଖରୁ ଭୁବନେଶ୍ବରରୁ ଜାମସେଦପୁର ଏବଂ ଜାମସେଦପୁରରୁ କୋଲକତାକୁ ଉଡ଼ିବ ବିମାନ । ଏନେଇ ଆରମ୍ଭ ପକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଇଣ୍ଡିଆ ୱାନ ଏୟାର ଦୁଇଟି ମାର୍ଗକୁ ଯୋଗ କରିବାକୁ ଯାଉଛି । ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କୋଲକାତାକୁ ଉଡ଼ିବ ବିମାନ । ଇଣ୍ଡିଆ ୱାନ ଏୟାର ବିମାନ କମ୍ପାନୀ ଏହି ସେବା ପ୍ରଦାନ କରିବ । ଏହି ଯୋଜନା ଆସନ୍ତା ଜାନୁଆରୀ 31ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା

ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ଯାହା ଇଣ୍ଡିଆ ୱାନ ଦ୍ବାରା ପରିଚାଳିତ ହେବାକୁ ଯାଉଛି । କେବଳ କିଛି ସୀମିତ ଅବଧି ପାଇଁ ଭୁବନେଶ୍ବର-ଜାମସେଦପୁର-କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ସମସ୍ତ ଅନ୍ତର୍ଭୂକ୍ତ ଭଡା, 14 ଫେବୃଆରୀ 2023 ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି । ସୂଚନା ଅନୁଯାୟୀ ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧାର୍ଯ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁରକୁ 2999 ଟଙ୍କା । ଜାମସେଦପୁରରୁ କୋଲକତା 1999 ଟଙ୍କା । ପୁନର୍ବାର କୋଲକତାରୁ ଜାମସେଦପୁର 1999 ଟଙ୍କା ଭଡା ରହିଥିବା ବେଳେ ଜାମସେଦପୁରରୁ ଭୁବନେଶ୍ଵର 2999 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଅଫର୍ କେବଳ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ ରହିଛି ।

ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା

ଏହି ବିମାନଟି ଜାନୁଆରୀ 31ତାରିଖରେ ଭୁବନେଶ୍ବରରୁ ସକାଳ 9 ଟାରେ ବାହାରି ଜାମସେଦପୁରରେ ସକାଳ 10ଟା 50ରେ ପହଞ୍ଚିବ। ଜାମସେଦପୁରରୁ 11ଟା 30ରେ ଛାଡ଼ିବ ଏବଂ କୋଲକାତାରେ 12ଟା 35 ମିନିଟରେ ପହଞ୍ଚିବ । ସେହିପରି କୋଲକାତାରୁ 1ଟା 25ରେ ବାହାରି ଜାମସେଦପୁରରେ 2ଟା 30ରେ ପହଞ୍ଚିବ । ଜାମସେଦପୁରରୁ ଅପରାହ୍ନ 3ଟା 10ରେ ବାହାରି ଭୁବନେଶ୍ବରରେ ଅପରାହ୍ନ 5ଟାରେ ପହଞ୍ଚିବ । ଭୁବନେଶ୍ବରରୁ ଜାମସେଦପୁରକୁ 1 ଘଣ୍ଟା 50 ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କୋଲକତା 1 ଘଣ୍ଟା 5 ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା

ଅନ୍ୟପଟେ ପ୍ରଥମ ଦିନକୁ ଛାଡିଦେଲା ପରେ ବାକି ସବୁଦିନ ସକାଳ 6ଟା 30ରୁ ଜାମସେଦପୁରକୁ ବିମାନ ଉଡ଼ାଣ ଭରିବ ବୋଲି ସୂଚନା ମିଳିଛି । ଉଡାନ ଯୋଜନାରେ ଭୁବନେଶ୍ବରରୁ ଜୟପୁର ରାଉରକେଲା ବିଶାଖାପାଟଣା କୋଲକତା ଆଦି ସ୍ଥାନକୁ ଉଡାନ ଯୋଜନାରେ ରହିଛି । ନିକଟରେ ଉଡାନ ଯୋଜନାରେ ଭୁବନେଶ୍ଵରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରତିଦିନ ବିମାନ ଥରଟିଏ ଯିବା ଆସିବା କରିବ । ଭୁବନେଶ୍ବରରୁ ରାଉରକେଲା ବିମାନ ଦର ରହିଛି 2803 ଟଙ୍କା । ରାଉରକେଲାରୁ ଭୁବନେଶ୍ଵର ବିମାନ ଦର 2721 ଟଙ୍କା ରହିଛି । ବିମାନରେ ରହିବ 72 ସିଟର ବ୍ୟବସ୍ଥା ରହିଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ଉତ୍ତକେଲା ଏୟାର ଷ୍ଟ୍ରିପକୁ କେବେ ଉଡିବ ବିମାନ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ବିମାନ ସେବା ଦ୍ଵାରା ଅନେକ ଲୋକମାନେ ମଧ୍ୟ ସୁବିଧାରେ ଯିବା ଆସିବା କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details