ଓଡିଶା

odisha

ETV Bharat / state

ଲଭ ପାଇଁ ଲଭରର ତାଲିବାନୀ ଟର୍ଚର ! ଛାତ୍ରକୁ ଆଣ୍ଠେଇବା ଘଟଣାରେ ୫ ଗିରଫ - ତ୍ରିକୋଣୀୟ ପ୍ରେମରୁ ତାଲିବାନୀ ଟର୍ଚ୍ଚର

ପ୍ରେମିକା ସହ ଆଉ ଜଣେ ଯୁବକ ମିଶିବାରୁ ଆଣ୍ଠେଇ ଦେଲେ ଯୁବକ । ଏହି ତାଲିବାନୀ ଟର୍ଚର ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଅଧିକ ପଢନ୍ତୁ

ଲଭ ପାଇଁ ଲଭରର ତାଲିବାନୀ ଟର୍ଚ୍ଚର , ଛାତ୍ରକୁ ଆଣ୍ଠେଇବା ଘଟଣାରେ ୫ ଗିରଫ
ଲଭ ପାଇଁ ଲଭରର ତାଲିବାନୀ ଟର୍ଚ୍ଚର , ଛାତ୍ରକୁ ଆଣ୍ଠେଇବା ଘଟଣାରେ ୫ ଗିରଫ

By

Published : Nov 24, 2022, 6:25 PM IST

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ତାଲିବାନୀ ଟର୍ଚର ! ପ୍ରେମିକା ସହ ଆଉ ଜଣେ ଯୁବକ ମିଶିବାରୁ ଆଣ୍ଠେଇ ଦେଲେ ଯୁବକ । ଏଭଳି ଘଟଣା ଘଟିଛି ଉତ୍କଳ ହସ୍ପିଟାଲ ପାଖ ନୂଆ ରୋଡରେ । ଏହି ତାଲିବାନୀ ନିର୍ଯାତନା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୫ଜଣ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଏହାବି ପଢନ୍ତୁ-ଛାତ୍ରଙ୍କୁ ଆଣ୍ଠେଇ ତାଲିବାନୀ ନିର୍ଯାତନା ! ରାଗିଂ କି ନୁହେଁ ତଦନ୍ତ କରୁଛି ପୋଲିସ

ସୂଚନା ଅନୁଯାୟୀ, ଭିଡିଓରେ ଆଣ୍ଠେଇ ଥିବା ଛାତ୍ର ରାଜଧାନୀର ଏକ ଇଞ୍ଜିନିୟରିଂ କଲେଜର କମ୍ପୁଟର ସାଇନ୍ସ ଛାତ୍ର । ଯିଏ କି ଅନ୍ୟଏକ ବେସରକାରୀ ସଂସ୍ଥାରେ ପାଠ ପଢୁଥିବା ଜଣେ ଛାତ୍ରୀ ସହ ମିଳାମିଶା କରୁଥିଲେ । ହେଲେ ସେହି ଛାତ୍ରୀଙ୍କର ପ୍ରେମିକ ବୋଲି କହୁଥିବା ଜଣେ ଯୁବକ ଏନେଇ ଜାଣିବାକୁ ପାଇଥିଲେ । ତେବେ ନିଜ ପ୍ରେମିକା ସହ ଆଉ ଜଣେ ଯୁବକ ମିଶିବାରୁ ଏଭଳି ଧମକାଇବା ପାଇଁ ପ୍ରେମିକ ନିଜର ସହଯୋଗୀ ଜରିଆରେ ସର୍ବସାଧାରଣ ସ୍ଥାନରେ ଆତଙ୍କ ମଚାଇଥିଲେ ।

ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ରକୁ ଆଣ୍ଠେଇ କାନ ଧରାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ମାଡ ମାରିଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନା ଏହାକୁ ରାଗିଂ ହୋଇ ନ ଥିବା ସ୍ପଷ୍ଟ କରିଥିବା ବେଳେ ଏହି ଘଟଣାରେ ୫ଜଣ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details