ଓଡିଶା

odisha

ETV Bharat / state

ନିର୍ବାଚନ ପ୍ରସ୍ତୁତି: ୫% ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର - odisha election commission

Five Percent More Wheelchairs: ଭୋଟ କେନ୍ଦ୍ର ଗୁଡିକରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ବିଲଚେୟାର ବ୍ୟବସ୍ଥା କରାଯାଇଥାଏ । ଚଳିତ ବର୍ଷ ଅଧିକ ହ୍ବିଲଚେୟାର ପାଇଁ ସୁପାରିସ କରିଛନ୍ତି ରାଜ୍ୟ ସରକାର । ପାଖପାଖି ୩ ଲକ୍ଷରୁ ଅଧିକ ହ୍ବିଲ ଚେୟାର ବ୍ୟବସ୍ଥା କରାଯିବ । ଅଧିକ ପଢନ୍ତି

ନିର୍ବାଚନ ପ୍ରସ୍ତୁତି: ୫ ପ୍ରତିଶତ ଅଧିକ ହ୍ବିଲଚେୟାର ମଗାଇଲେ ସରକାର
ନିର୍ବାଚନ ପ୍ରସ୍ତୁତି: ୫ ପ୍ରତିଶତ ଅଧିକ ହ୍ବିଲଚେୟାର ମଗାଇଲେ ସରକାର

By ETV Bharat Odisha Team

Published : Jan 14, 2024, 4:59 PM IST

Updated : Jan 14, 2024, 5:23 PM IST

ଭୁବନେଶ୍ୱର: ସାଧାରଣନିର୍ବାଚନ ପ୍ରସ୍ତୁତି । ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନୀ ପ୍ରକ୍ରିୟା । ନିର୍ବାଚନୀ ସମୟରେ ଭୋଟ କେନ୍ଦ୍ର ଗୁଡିକରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ବିଲଚେୟାର ପ୍ରସ୍ତୁତ ରଖାଯିବ । ଚଳିତ ବର୍ଷ ଅଧିକ ୫ ପ୍ରତିଶତ ହ୍ବିଲଚେୟାର ମଗାଯାଇଛି । ଯେଉଁ ବୁଥରେ ଅଧିକ ଆବଶ୍ୟକ ରହିଛି, ସେଠାରେ ଅଧିକ ହ୍ବିଲଚେୟାର ଯୋଗାଇ ଦିଆଯିବ । ଆଗାମୀ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ପାଖପାଖି ୩ ଲକ୍ଷରୁ ଅଧିକ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ବୁଥ ପିଛା ଗୋଟେ ମାତ୍ର ହ୍ବିଲଚେୟାର ବ୍ୟବସ୍ଥା କରାଯାଉଥିବାବେଳେ ବର୍ତ୍ତମାନ ନିର୍ବାଚନୀ ସମୟରେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏପଟେ ଜନଗଣନା ଅନୁସାରେ ଯେଉଁ ଜିଲ୍ଲାରେ ଅଧିକ ଭାବରେ ଦିବ୍ୟାଙ୍ଗମାନେ ରହିଥିବେ । ସେହିଠାରେ ଥିବା ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବା ସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ । ତେବେ ଏନେଇ କାନପୁରରେ ଥିବା କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOକୁ ଆବଶ୍ୟକତା ଅନୁସାରେ ହ୍ବିଲଚେୟାରର ଯୋଗାଇ ଦେବା ପାଇଁ ବରାଦ କରାଯାଇଛି । ହ୍ବିଲଚେୟାର ଆବଶ୍ୟକତା ଯେମିତି କମ୍ ନହେବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ .....ପୁରୀରେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ, ଗୋ ବ୍ୟାକ୍ ନାରା ଦେଲା ଛାତ୍ର କଂଗ୍ରେସ

ଜିଲ୍ଲାସ୍ତରରେ ତଥ୍ୟ ଉପରେ ନଜର ପକାଇଲେ:

ସୂଚନା ଅନୁଯାୟୀ, ୩୦ଟି ଜିଲ୍ଲା ପାଇଁ ୧୪୭ ନିର୍ବାଚନୀ ମଣ୍ଡଳୀରେ ୩୭୮୦୯ ହ୍ବିଲଚେୟାର ଆବଶ୍ୟକ ହେଉଥିବାବେଳେ ବର୍ତ୍ତମାନ ନିର୍ବାଚନୀ ସମୟରେ ୫ ପ୍ରତିଶତ ଅଧିକ ୩୯୬୯୯ ହ୍ବିଲଚେୟାର ଆବଶ୍ୟକତା ରହିଛି । ଚଳିତ ନିର୍ବାଚନୀକୁ ନେଇ କୌଣସି ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନକୁ ନେଇ ପ୍ରସ୍ତୁତ ହେଲେଣି ବିଭିନ୍ନ ଦଳ । କିଭଳି ଭାବରେ ଭୋଟରଙ୍କୁ ଆକୃଷ୍ଟ କରିବେ ସେନେଇ ଚାଲିଛି ବୈଠକ । ବରିଷ୍ଠ ନେତା ଏବଂ ପ୍ରଭାରୀମାନଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । କିଏ କାହାକୁ ଚେକ ଦେବ ସେନେଇ ଦିଆଯାଉଛି ଗୁରୁଜ୍ଞାନ । ଏପଟେ ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ପ୍ରସ୍ତୁତ । ଅନ୍ୟପଟେ ଦଳ ଡିଆଁ ପର୍ବ ମଧ୍ୟ ଆରମ୍ଭ ହେଲାଣି । ୨୦୨୪ ପାଇଁ ସମ୍ପୂର୍ଣ ରୂପେ ପ୍ରସ୍ତୁତ ହେଲାଣି ନେତା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 14, 2024, 5:23 PM IST

ABOUT THE AUTHOR

...view details