ଓଡିଶା

odisha

ଖୋର୍ଦ୍ଧାର ପାଞ୍ଚ ପଞ୍ଚାୟତ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ

By

Published : Mar 6, 2021, 10:32 PM IST

ବେଗୁନିଆ ନିର୍ବାଚନ ମଣ୍ଡଳୀର ପାଞ୍ଚୋଟି ପଞ୍ଚାୟତକୁ ଆଜି ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ପାଞ୍ଚୋଟି ପଞ୍ଚାୟତକୁ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ
ପାଞ୍ଚୋଟି ପଞ୍ଚାୟତକୁ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀର ପାଞ୍ଚୋଟି ପଞ୍ଚାୟତକୁ ଆଜି ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁଯାୟୀ ବେଗୁନିଆ ନିର୍ବାଚନ ମଣ୍ଡଳୀର ସୀମର, ବାଘମାରି, ସାରୁଅ, ପୋଡାଡିହ ଏବଂ ପଙ୍ଗାରସିଂହ ଗ୍ରାମକୁ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯାଇଛି ।

ପାଞ୍ଚୋଟି ପଞ୍ଚାୟତକୁ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ

ସେଥିପାଇଁ ଆଜି ସୀମର ପଞ୍ଚାୟତ ସଭା ଗୃହରେ ପାଞ୍ଚୋଟି ପଞ୍ଚାୟତର ଗ୍ରାମବାସୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ବେଗୁନିଆ ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷା, ବିଧାୟକଙ୍କ ପ୍ରତିନିଧିଙ୍କ ସହ ପାଞ୍ଚୋଟି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details