ଓଡିଶା

odisha

ETV Bharat / state

ଫନି ବିଭୀଷିକା: ନିଜ ଉଦ୍ୟମରେ ଚିଲିକା ଗର୍ଭକୁ ଫେରୁଛନ୍ତି ମତ୍ସ୍ୟଜୀବି

ଫନି ପ୍ରଭାବରେ ମତ୍ସ୍ୟଜୀବିଙ୍କ ଜାଲ ଛିଣ୍ଡି ଯାଇଥିଲା ଓ ଡଙ୍ଗା ଭାଙ୍ଗି ଯାଇଥିଲା । ସରକାରୀ ସହାୟତା ମିଳି ନଥିବା ବେଳେ ସେମାନେ ନିଜ ଉଦ୍ୟମରେ ଜାଲ ଡଙ୍ଗା ମରାମତି କରି ଚିଲିକାକୁ ଫେରିବାକୁ ଉଦ୍ୟମ କରୁଛନ୍ତି ।

By

Published : Jun 5, 2019, 8:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଚିଲିକା ଉପରେ ନିର୍ଭର କରି ନିଜର ପେଟ ପୋଷୁଥିଲେ । କିନ୍ତୁ ବାତ୍ୟା ଫନି ଉଜାଡ଼ି ଦେଲା ସବୁକିଛି । ଛିଣ୍ଡିଗଲା ଜାଲ ଓ ଭାଙ୍ଗି ଗଲା ଡଙ୍ଗା ଆଉ ଉଜାଡ଼ି ଦେଲା କୁଳ ବେଉସା । ଭାଙ୍ଗିଗଲା ଆର୍ଥିକ ମେରୁଦଣ୍ଡ । ଏହା ଭିତରେ ପ୍ରଶାସନିକ ଅଧିକାରୀମାନଙ୍କ ବି ଦେଖାନାହିଁ । ନିଜ ଉଦ୍ୟମରେ ଚିରି ଯାଇଥିବା ଜାଲକୁ ସଜାଡି ପୁଣି ଚିଲିକା ଗର୍ଭକୁ ଫେରିବାକୁ ଉଦ୍ୟମ କରୁଛନ୍ତି ମତ୍ସ୍ୟଜୀବି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିଲିକା ହ୍ରଦରେ ମାଛଧରି ଜୀବିକା ନିର୍ବାହ କରୁଥିବା ଭୁଷଣ୍ଡପୁର ଅଞ୍ଚଳର ମତ୍ସ୍ୟଜୀବିମାନଙ୍କର ବ୍ୟାପକ କ୍ଷତି ଘଟିଛି । ଫନି ପ୍ରଭାବରେ ଜାଲ ଛିଡିଯାଇଥିବା ବେଳେ ଡଙ୍ଗା ଭାଙ୍ଗିଯାଇଛି । ଫନିର ଅନେକ ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତା ମିଳିପାରିନାହିଁ । କିନ୍ତୁ ଫନି ମାଡ଼ରେ ହାର ନ ମାନି ପୁଣି ନିଜ କର୍ମ କ୍ଷେତ୍ର ଚିଲିକା ଗର୍ଭକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ସେଥିପାଇଁ ଚିରି ଯାଇଥିବା ଜାଲ ଓ ଡଙ୍ଗା ପ୍ରସ୍ତୁତିରେ ଲାଗିପଡିଛନ୍ତି । ସରକାର କରୁଥିବା ଯୋଜନା କେବଳ କାଗଜ କଲମରେ ସୀମିତ ରହୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details