ଖୋର୍ଦ୍ଧା: ମତ୍ସ୍ୟଜୀବୀଙ୍କ ବାଟରେ କଣ୍ଟା ହୋଇ ଛିଡା ହୋଇଛି ରାଜଦଳ । ଚିଲିକା ନିଳ ଗଭୀର ଜଳରାଶିରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ରାଜଦଳ । ଫଳରେ ଚିଲିକାରେ ଡଙ୍ଗା ଚଲାଇବାରେ ବ୍ୟାଘାତ ସୃଷ୍ଟି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ମତ୍ସ୍ୟଜୀବୀ ।
ମତ୍ସ୍ୟଜୀବୀଙ୍କୁ କାଳ ରାଜଦଳ - ମତ୍ସ୍ୟଜୀବୀ
ଧିବରକୁ ଅଡୁଆରେ ପକାଉଛି ଚିଲିକାର ରାଜଦଳ । ଚିଲିକାରେ କୂଳେକୂଳେ ଦଳ କାୟା ବିସ୍ତାର କରିଥିବାରୁ ଡଙ୍ଗା ଚଲାଇବା ଏକ ପ୍ରକାର କଷ୍ଟସାଧ୍ୟ ହୋଇ ପଡିଛି ମତ୍ସ୍ୟଜୀବୀଙ୍କ ପାଇଁ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଚିଲିକାର କୂଳ କୂଳ ମାଡି ଚାଲିଛି ରାଜଦଳ । ଫଳରେ ଏହାକୁ ପାର କରି ଡଙ୍ଗା ଚଳାଇବା ଏକ ପ୍ରକାର ମୁସ୍କିଲ ହୋଇପଡିଛି ଧିବରଙ୍କ ପାଇଁ । ତେବେ ଏହାକୁ ସଫା କରି କରି ନୟାନ୍ତ ହୋଇପଡିଲେଣି ସେମାନେ । ସେପଟେ ଦଳ ଗୁଡିକ ସଫା ନ କାରଣରୁ ଧିରେ ଧିରେ ମାଛ, କଙ୍କଡା ଓ ଚିଙ୍ଗୁଡି ଭଳି ଜଳଚର ଜୀବ ହ୍ରାସ ପାଇବାକୁ ଲାଗିଲାଣି । ଫଳରେ ଏବେ ମାଛ, କଙ୍କଡା ଓ ଚିଙ୍ଗୁଡି ବିକ୍ରି କରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ଚିନ୍ତାରେ ପଡିଯାଇଛନ୍ତି । ଦଳ ଗୁଡିକ ସଫା କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ