ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଜୟଙ୍କ ପରାମର୍ଶ ଭୁବନେଶ୍ବର: ରାଜ୍ୟରେ ହୋଇପାରେ ଜଳସଂକଟ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର । ଯଦି ସମସ୍ୟାର ସମାଧାନ ନକରିବେ ପରିସ୍ଥିତି ଭୟଙ୍କର ହେବ । ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ଖସୁଛି । ଯାହା ଚିନ୍ତା ଜନକ ଖାଲି ନୁହେଁ ସ୍ଥିତି ସଂଗୀନ ହୋଇପାରେ । ଆଜି ଏଭଳି ଆଶଙ୍କା କରି ରାଜ୍ୟ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।
ଏକ ପ୍ରେସମିଟ କରି ବିଜୟ କହିଛନ୍ତି, ‘‘ରାଜ୍ୟରେ ହୋଇପାରେ ଜଳସଂକଟ । ସରକାର ଯୁଦ୍ଧକାଳୀନଭିତ୍ତିରେ ଯଦି ଏହି ସମସ୍ୟାର ସମାଧାନ ନ କରିବେ ପରିସ୍ଥିତି ଭୟଙ୍କର ହେବ । ହୀରାକୁଦରେ ପାଣି ସମସ୍ୟା ଏବେ ଉଦବେଗଜନକ । ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି । ଏତେ ତଳସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ । ଏହା ଦ୍ଵାରା 14 ରୁ 15 ଜିଲ୍ଲା କ୍ଷତିଗ୍ରସ୍ତ ହେବ । ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି ?
ବିଜୟ ମହାପାତ୍ର କହିଛନ୍ତି ଏବେ ହୀରାକୁଦ ଜଳସ୍ତର 616.69 ଫୁଟ ଅଛି । ଗତବର୍ଷ ଏହି ସମୟରେ 621.5 ଫୁଟ ଥିଲା । ସବୁଠାରୁ ବଡ କଥା ହେଲା 4 ଦିନ ତଳେ 617.51 ଫୁଟ ଥିଲା । ଅର୍ଥାତ 4 ଦିନରେ ଗୋଟିଏ ଫୁଟ କମୁଛି । ଯଦି ଏହି ହାରରେ ପାଣି କମେ ମେ ମାସ ଶେଷ ବେଳକୁ 600 ଫୁଟରେ ପହଞ୍ଚିବ ଏବଂ 600 ଫୁଟରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହୋଇଯିବ ।
ଏହାବି ପଢନ୍ତୁ- Naveen to Visit Japan: ଏପ୍ରିଲରେ ପ୍ରଥମ ସପ୍ତାହରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ
ପୂର୍ବରୁ 12 ହଜାରରୁ 15 ହଜାର କ୍ୟୁସେକ ଆସୁଥିଲା ହେଲେ ଏବେ 485 କ୍ୟୁସେକ ପାଣି ଆସୁଛି । ସେହିପରି ଟ୍ରିବୁନାଲ ଗଠନକୁ 7 ବର୍ଷ ହୋଇଗଲା । 1.252 ମିଲିୟନ ଏକର ପାଣି ଦିଆଯାଉ ଦାବି ଥିଲା ହେଲେ ଟ୍ରିବୁନାଲ ନିଷ୍ପତ୍ତି ନେଲା ନାହିଁ । ଟ୍ରିବୁନାଲ ଇଣ୍ଟେରିମ ରିଲିଫ ଦେଲେ ନାହିଁ କାହିଁକି । ତାଙ୍କଠୁ ନ୍ୟାୟ ଅପେକ୍ଷା ନକରି । ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ ତାହେଲେ କିଛି ସମାଧାନ ହେବ । ଛତିଶଗଡ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି । ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି ଏବେ ମାର୍ଚ୍ଚ ହେଲାଣି । ସରକାର ଜାଣିଥିଲେ । ଆଉ ମେ’ ବେଳକୁ କଣ ହେବ ଅନୁମାନ କରିବା ମୁସ୍କିଲ ।
ଜୁନ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେବଲ ହୋଇଯିବ । ଛତିଶଗଡ଼ ସରକାର ଏବଂ ଟ୍ରିବୁନାଲ ଦାୟୀ । ଅଣ ମୌସୁମୀ ସମୟରେ ସମସ୍ୟା ପାଇଁ ଇବ ଆଉ ଅଙ୍ଗ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । 7 ବର୍ଷ ଭିତରେ ସରକାର ଚାହିଁଥିଲେ 2ରୁ 3ଟି ବ୍ୟାରେଜ କରିପାରିଥାନ୍ତେ । 40 ପ୍ରତିଶତ ଅଣମୌସୁମୀ ସମୟରେ ମ୍ୟାନେଜ କରାଯାଇପାରିଥାନ୍ତା । ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ ? ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁକି ଖାମଖିଆଲ ଭାବେ ନେଲେ । ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟ ମାନେ ଆଲୋଚନା କରନ୍ତୁ । ବିଧାନସଭାରେ ବିରୋଧୀ ଏ କଥାକୁ ଗୁରୁତର ଭାବେ ନିଅନ୍ତୁ । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର