ଭୁବନେଶ୍ବର: ରାଜ୍ୟରେ ହକି ବିଶ୍ବକପ ଆୟୋଜିତ ହୋଇଯାଇଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ଡଟ ଫେଷ୍ଟିଭାଲ । ଗତକାଲି ଇଡକୋ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ପରେ ଆରମ୍ଭ ହୋଇୟାଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାଓ୍ବାଙ୍କ ଗୀତ, ଦିଶା ପଟ୍ଟାନୀଙ୍କ ଠୁମକା ଓ ବ୍ଲାକସ୍ୱାନ ଡ଼ାନ୍ସିଂ ଗ୍ରୁପଙ୍କ ଡ୍ୟାନ୍ସ , ଓଡିଶା ଝିଅ ଶ୍ରେୟାଙ୍କ ରଙ୍ଗବତୀ ଗୀତ ରାଜଧାନୀଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥିଲା ।
ଗୁରୁ ରନ୍ଧାଓ୍ବାଙ୍କ ଗୀତରେ ଝୁମିଲେ ଦର୍ଶକ: ଗତକାଲି ଡଟ ଫେଷ୍ଟର ପ୍ରଥମ ସନ୍ଧ୍ୟାରେ ନାଚ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟରେ ଝୁମି ଉଠିଥିଲେ ରାଜଧାନୀବାସୀ । ସିଙ୍ଗର ଗୁରୁ ରନ୍ଧାଓ୍ବାଙ୍କ ଗୀତରରେ ତାଳେ ତାଳେ ନାଚିଲେ,ଗାଇଲେ ଓ ମଜା ନେଇଥିଲେ ଦର୍ଶକ । ହାୟେ ନି ହାୟେ ନଖରା ତେରା ନି, ହାଏରେଟ ଗବରୁ ସଙ୍ଗୀତ ପରିବେଷଣ କରି ଏଣ୍ଟ୍ରି କରିବା ସହ ନିଜ କଣ୍ଠର ଯାଦୁଗରୀରେ ରଙ୍ଗୀନ ହୋଇଥିଲା ରାତି ।
ଡଟ ଫେଷ୍ଟର ପ୍ରଥମ ସନ୍ଧ୍ୟାରେ ଗୁରୁ ରନ୍ଧାଓ୍ବାଙ୍କ ଲାଇଭ କନସଟ ବେଶ ରୋମାଞ୍ଚକର ଥିଲା । ଏଥିରେ ସାମିଲ ହେବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା । ଫଳରେ ଭିଡକୁ ଆୟତ୍ତ କରିବାରେ ନାକେଦମ ହୋଇଥିଲା ପୋଲିସ । ଯାହା ତାଙ୍କର ଲୋକପ୍ରିୟତାକୁ ବେଶ ପ୍ରତିପାଦିତ କରୁଥିଲା। କାରଣ ତାଙ୍କର ପ୍ରତିଟି ଗୀତ ଦଶକଙ୍କ ମନକୁ ବେଶ ଛୁଇଁଥାଏ । ବିଶେଷ ଭାବେ ଯୁବପିଢିଙ୍କୁ ବେଶ ପସନ୍ଦ ଆସିଥିଲା । ଏହାସହ ସେ ନିଜ ଅପ କମିଂ ଫିଲ୍ମ ଥୋଡା ଖଟ୍ଟା ହୋ ଯାଏର ପ୍ରମୋସନ କରିଥିଲେ ଏହି ପଞ୍ଜାବୀ ସିଙ୍ଗର । ଏହାପରେ ହକି ୱାର୍ଲ୍ଡ କପ୍ ଆୟୋଜନ କରାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।