ଓଡିଶା

odisha

ETV Bharat / state

ବାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ଉଦ୍ୟମ ଜାରି

ସହିଦନଗର ଭବାନୀ ମଲ ନିକଟରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ବାରରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ

By

Published : Jun 19, 2023, 1:10 PM IST

Updated : Jun 19, 2023, 1:45 PM IST

re breaks out in shadnagar bar
re breaks out in shadnagar bar

fire breaks out in bar

ଭୁବନେଶ୍ବର:ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ସହିଦନଗର ଭବାନୀ ମଲ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମଲ ନିକଟରେ ଥିବା ଏକ ବାରରେ ନିଆଁ ଲାଗିଥିବା ଜଣା ପଡିଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ନିଆଁ ଲାଗିଥିବା ବାର୍‌ ମଧ୍ୟରେ ଫସି ରହିଥିବା 4ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ୱୀପ ପୋର୍ଟ କ୍ୱାର୍ଟରରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ଲୋକେ

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଭବାନୀ ମଲ ନିକଟରେ ଥିବା ବାରରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସର୍ଟ ସର୍କିଟରୁ ବାରରେ ନିଆଁ ଲାଗିଥିବା କୁହାଯାଉଛି । ବାରରେ 4 ଜଣ ଫସି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ନିଆଁର ମାତ୍ରା ଅଧିକ ଥିବାରୁ ପାଖ କମ୍ପ୍ଲେକ୍ସ ଓ ବିଲ୍ଡିଂ କୁ ନିଆଁ ବ୍ୟାପିବାର ଭୟ ରହିଛି।ତେବେ ବାରରେ ଫାୟାର ସେଫଟି ଥିଲା ନା ନାହିଁ ତା ଜଣାପଡିନି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ବମିଖାଲ ସୋ'ରୁମରେ ଅଗ୍ନିକାଣ୍ଡ, ଫାୟାର ସେଫଟି ନଥିବା ଅଭିଯୋଗ

ଗତ ଜୁନ 11 ତାରିଖରେ ବମିଖାଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲର କୋଶଲ୍ୟା କମ୍ପ୍ଲେକ୍ସରେ ଥିବା ଏକ ସୋ'ରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ସୋ'ରୁମ ଭିତରେ ଥିବା ବାଟେରିରୁ ନିଆଁ ଲାଗିଥିବା ଜଣା ପଡ଼ିଥିଲା । ଏହାପରେ ଉକ୍ତ ସୋ'ରୁମ ପାଖରେ ଥିବା ଦୁଇଟି ଦୋକାନକୁ ନିଆଁ ବ୍ୟାପିଥିଲା । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ତେବେ ଏହି ସୋ'ରୁମରେ ଫାୟାର ସେଫ୍ଟି ନଥିବା ଦୋକାନ ମାଲିକ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଏହି ସୋ'ରୁମରେ ନିଆଁ ଲାଗିଥିଲା । କିନ୍ତୁ ଫାୟାର ସେଫ୍ଟି ବ୍ୟବସ୍ଥା ନଥିବାରୁ ପୁଣି ଥରେ ଅଗ୍ନିକାଣ୍ଡ ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2023, 1:45 PM IST

ABOUT THE AUTHOR

...view details