ଓଡିଶା

odisha

ETV Bharat / state

Fire in Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ, ଏସି ସର୍ଟ ସର୍କିଟରୁ ଲାଗିଥିଲା ନିଆଁ - ଭୁବନେଶ୍ବର ଅଗ୍ନିକାଣ୍ଡ

ଲୋକସେବା ଭବନର ରାଜସ୍ୱ ବିଭାଗର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଏସି ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଏସି ସର୍ଟ ସର୍କିଟରୁ ଲାଗିଥିଲା ନିଆଁ
fire breaks out in revenue department

By ETV Bharat Odisha Team

Published : Oct 3, 2023, 11:34 AM IST

Updated : Oct 3, 2023, 3:29 PM IST

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଲୋକସେବା ଭବନରେ ଅଗ୍ନିକାଣ୍ଡ । ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟିଏ ରୁମରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ କଳ୍ପନା ଅଗ୍ନିଶମ ଟିମ୍ ସେଠାରେ ପହଞ୍ଚିବାବେଳକୁ ନିଆଁ ଆୟତ୍ତ ହୋଇସାରିଥିଲା । ଅଗ୍ନିକାଣ୍ଡରେ ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟିଏ ଏସି, କମ୍ପ୍ୟୁଟର ଓ ଦୁଇଟି ଚେୟାର ନଷ୍ଟ ହୋଇଛି । କିନ୍ତୁ କୌଣସି ସରକାରୀ ଦସ୍ତାବିଜ ବା କାଗଜପତ୍ର ନଷ୍ଟ ହୋଇନାହିଁ । ଏସି ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲୁଗା ଦୋକାନ

ସୂଚନାଅନୁସାରେ, ବିଧାନସଭା ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ କଳ୍ପନା ଓ ବରମୁଣ୍ଡା ଅଗ୍ନିଶମ ଟିମ୍ ମଧ୍ୟ ସେଠାରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇଥିଲା । ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟେ ରୁମରେ ନିଆଁ ଲାଗିଥିଲା । 10ଟା 08 ମିନିଟ ସମୟରେ ଲୋକସେବା ଭବନ ୟୁନିଟକୁ ସୂଚନା ଦିଆଯିବା ପରେ ଟିମ ସେଠାରେ ପହଁଚିଥିଲା । ଲୋକସେବା ଭବନ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ମଧ୍ୟ କଳ୍ପନା ଅଗ୍ନିଶମ ଟିମ ମଧ୍ୟ ପହଞ୍ଚିଥିଲା । କିନ୍ତୁ ସେତେବେଳେକୁ ଲୋକସଭା ଭବନ ଅଗ୍ନିଶମ ଟିମ୍‌ ନିଆଁକୁ ନିୟନ୍ତ୍ରଣ କରିସାରିଥିଲା ।

ଏହା ମଧ୍ୟ ପଢନ୍ତୁ - ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ଲୋକସଭା ଭବନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ପ୍ରାଥମିକ ଭାବେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ପ୍ଲାଷ୍ଟିକରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଅଫିସରେ ଥିବା କର୍ମଚାରୀମାନେ ବାହାରକୁ ଚାଲି ଆସିଥିଲେ । ନିଆଁ ଲାଗିଥିବା ରୁମକୁ ଛାଡି ଲୋକସେବା ଭବନର ଅନ୍ୟ ରୁମ୍ ସ୍ୱାଭାବିକ ହୋଇଛି । ଏସି ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି ।

ଅଗ୍ନିଶମ ଅଧିକାରୀ ଅବନୀ ସ୍ୱାଇଁ କହିଛନ୍ତି, "10.08 ମିନିଟ ସମୟରେ ଲୋକସେବା ଭବନ ୟୁନିଟକୁ ସୂଚନା ଦିଆଯାଇଥିଲା । ଟିମ ସେଠାରେ ପହଁଚିଥିଲା । ଲୋକସେବା ଭବନ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ମଧ୍ୟ କଳ୍ପନା ଟିମ ପହଁଚିଥିଲା । କିନ୍ତୁ ସେତେବେଳେକୁ ଲୋକସଭା ଭବନ ଟିମ ନିଆଁକୁ ନିୟନ୍ତ୍ରଣ କରିସାରିଥିଲା । ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟେ ଏସି, କମ୍ପ୍ୟୁଟର ଓ ଦୁଇଟି ଚେୟାର ନଷ୍ଟ ହୋଇଛି । କିନ୍ତୁ କୌଣସି ସରକାରୀ ଦସ୍ତାବିଜ ବା କାଗଜପତ୍ର ନଷ୍ଟ ହୋଇନାହିଁ । ଲୋକସଭା ଭବନରେ ଫାୟାର ଏକ୍ସଟିଙ୍ଗୁଇସରରୁ ପ୍ରାଥମିକ ଭାବେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ପ୍ଲାଷ୍ଟିକରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଅଫିସ ଆରମ୍ଭ ହୋଇଥିବାରୁ କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ନିଆଁ ଲାଗିଥିବା ରୁମକୁ ଛାଡି ଲୋକସେବା ଭବନ ସ୍ୱାଭାବିକ ହୋଇଛି ।"

ପ୍ରକାଶ ଥାଉକି , ଗତ ମାସ ୨୯ ତାରିଖରେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ କଟକ ସ୍ଥିତ ଚୌଧୁରୀ ବଜାରରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟ୍‌ ସର୍କିଟ୍‌ ଯୋଗୁଁ ଲୁଗା ଦୋକାନରେ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ତେବେ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଯୋଗୁଁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 3, 2023, 3:29 PM IST

ABOUT THE AUTHOR

...view details