ଖୋର୍ଦ୍ଧା: ଆଖିରେ ଆଖିଏ ଲୁହ ଆଉ ଛାତିରେ କୋହ । ବର୍ଷ ବର୍ଷ ପରିଶ୍ରମ କରି ସାଇତି ଥିବା ସମ୍ପତ୍ତି ଏବେ ଜଳି ପୋଡି ପାଉଁଶ । ନିଆଁ ପାଉଁଶ ଭିତରୁ ଖୋଜିଲେ ବି କିଛି ମିଳୁନାହିଁ । ଏଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନନଇରୀର ଦଣ୍ଡା ସାହିର ଦୃଶ୍ୟ । ଗ୍ୟାସ ଲିକ୍ କରି ଭୟଙ୍କର ଅଗ୍ନିକାଣ୍ଡ ଘଟି 10 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି ।
ରୋଷେଇ ଘରୁ ଗ୍ୟାସ ଲିକ ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଦ୍ରୁତ ଗତିରେ ମାଡି ଯିବାରୁ 10 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଘର ସହିତ ଲକ୍ଷାଧିକ ସମ୍ପତ୍ତି ପୋଡିଜଳି ପାଉଁଶ ହୋଇଯାଇଛି । ଅନ୍ୟ ଛଅଟି ଘର ଆଶିଂକ ଭାବରେ କ୍ଷତି ହୋଇଛି ।