ଓଡିଶା

odisha

ETV Bharat / state

ମାଲାବାହୀ ଟ୍ରେନ ବଗିରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ

ମଞ୍ଚେଶ୍ବର ଷ୍ଟେସନରେ ଛିଡା ହୋଇଥିବା ମାଲାବାହୀ ଟ୍ରେନ ବଗିରେ ଅଗ୍ନିକାଣ୍ଡ । ଅଧିକ ପଢ଼ନ୍ତୁ

fire breaks out in coal goods train
fire breaks out in coal goods train

By ETV Bharat Odisha Team

Published : Sep 12, 2023, 8:12 AM IST

ଭୁବନେଶ୍ବର:ମାଲାବାହୀ ଟ୍ରେନ୍‌ରେ ଅଗ୍ନିକାଣ୍ଡ । ମଞ୍ଚେଶ୍ବର ରେଳ ଷ୍ଟେସନରେ ଥିବା କୋଇଲା ବୋଝେଇ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ । କେଉଁ କାରଣରୁ ବଗିରେ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ । ଗତକାଲି(ସୋମବାର) ରାତିରେ ଏହି ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ-ମାଲବାହୀ ଟ୍ରେନ୍‌ ବଗିରୁ ବାହାରିଲା ଧୂଆଁ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ପୂର୍ବତଟ ରେଳ ପଥରେ ଅନେକ ଟ୍ରେନ୍‌ ଷ୍ଟେସନ୍‌ରେ ବା ଷ୍ଟେସନ ବାହାରେ ଚଳାଚଳ କରୁଥିବା ସମୟରେ ମଧ୍ୟ ନିଆଁ ଲାଗିଥିବା ନଜରକୁ ଆସିଛି । ଜୁଲାଇ 27 ତାରିଖରେ ଡେରାବିଶ ବାଜିପଡାଠାରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରେନ୍‌ ବଗିରୁ ଧୂଆଁ ବାହାରୁଥିବା ଖବର ପାଇବା ପରେ ପାରାଦ୍ବୀପରୁ ଆସୁଥିବା ଏହି ଟ୍ରେନ୍‌ଟି ବାଜିପଡ଼ା ଷ୍ଟେସନରେ ଅଟକିଥିଲା । ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିଲା । ଷ୍ଟେସନ ମାଷ୍ଟର ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁଣି ଟ୍ରେନ ଅଘଟଣ, ମାଲବାହୀ ଟ୍ରେନରୁ ଅଲଗା ହେଇଗଲା ଇଞ୍ଜିନ

କିଛି ଦିନ ପୂର୍ବେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ଟି ବାଲେଶ୍ୱର ରୁପ୍ସା ଷ୍ଟେସନରେ ଛିଡ଼ା ହୋଇଥିଲା । ସକାଳ ସମୟରେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ମାଲଗାଡ଼ିରେ ଗୋଟିଏ ବଗିରେ ନିଆଁ ଲାଗିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ ଟ୍ରେନ୍‌ଟି ବାଲେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଏପରିକି କେବଳ ମାଳଗାଡ଼ି ନୁହେଁ ପାସେଞ୍ଜର ଟ୍ରେନ୍‌ରେ ମଧ୍ୟ ନିଆଁ ଲାଗିଥିବା ନଜରକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ- ପୁଣି ଅଘଟଣ, କୋଇଲା ବୋଝେଇ ଟ୍ରେନରେ ନିଆଁ

ଗତ ଜୁଲାଇ 16 ତାରିଖରେ ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଥିଲା । ପୂର୍ବରୁ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ୱାଗନ୍‌ରୁ ଆଜି ଅପରାହ୍ନ ସମୟରେ ହଠାତ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଚଣ୍ଡିଖୋଲ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details