ଓଡିଶା

odisha

ଶୁଖିଲା ପତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ପାଇଁ ବିପଦ, ଜଳୁଛି କ୍ୟାମ୍ପସ

By

Published : Feb 9, 2023, 7:38 PM IST

ଭୁବନେଶ୍ଵର ଉପରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ମଧ୍ୟ ଏବେ ନିଆଁ ଚିନ୍ତା ଘାରିଛି । ଉତ୍କଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ଥିବା ଗଛ ଲଟା ରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

ପୁଣି ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଅଗ୍ନିକାଣ୍ଡ
ପୁଣି ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଅଗ୍ନିକାଣ୍ଡ

ପୁଣି ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ପୁଣି ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଜଙ୍ଗଲରେ ଅଗ୍ନିକାଣ୍ଡ । ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିବାରେ ସଫଳ ହୋଇଛି । ବାରମ୍ବାର ନିଆଁ ଲାଗିଲା ପରେ ବି କର୍ତ୍ତୃପକ୍ଷ ଚେତୁନାହାନ୍ତି ବୋଲି ଅଗ୍ନିଶମ ବାହିନୀ କର୍ତ୍ତୃପକ୍ଷ କହୁଛନ୍ତି । ରାଜ୍ୟରେ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ । ବର୍ଷା ନାହିଁ, ତାତି ଉପରେ ତାତି । ଗଛ ସବୁ ଶୁଖିଲା ପଡ଼ିଲାଣି । ପତ୍ର ଝଡ଼ା ହେଲାଣି । ଏହିଭଳି ଭାବରେ ରାଜ୍ୟର ଅନେକ ଜଙ୍ଗଲରେ ନିଆଁ ଲାଗିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି।

ତେବେ ଭୁବନେଶ୍ଵର ଛାତି ଉପରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ମଧ୍ୟ ଏବେ ନିଆଁ ଚିନ୍ତା ଘାରିଛି । ଉତ୍କଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ଥିବା ଗଛଲତାରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ନୁହେଁ ଅନେକ ଦିନ ଧରି ଜଳୁଛି କ୍ୟାମ୍ପସ । କେତେବେଳେ ଛାତ୍ରଛାତ୍ରୀମାନେ ନିଆଁକୁ ଆୟତ କରୁଛନ୍ତି ତ କେତେବେଳେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରୁଛନ୍ତି । ହେଲେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ କିଛି ବି ପଦକ୍ଷେପ ନେଉନାହାନ୍ତି କର୍ତ୍ତୃପକ୍ଷ ।

ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ବାରମ୍ବାର ନିଆଁ ଲାଗିବା ପଛରେ କାରଣ ଜଣା ପଡିନଥିବା ବେଳେ ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିବାରେ ସଫଳ ହୋଇଛି । କିନ୍ତୁ ଏହି କ୍ୟାମ୍ପସ ମଧ୍ୟରେ ଥିବା ଗଛ ଗୁଡ଼ିକ ଶୁଖି ପତ୍ରଝଡ଼ା ଦେଇଛି । ତେଣୁ ଅତି ଗ୍ରୀଷ୍ମ କିମ୍ବା କିଏ ଦୃର୍ବୁର୍ତ୍ତ ନିଶାପାନ କରୁଥିବା ସମୟରେ ନିଆଁ ଲାଗୁଥିବା ସନ୍ଦେହ କରାଯାଉଛି । ଏମିତିକି ହଷ୍ଟେଲ ଅଞ୍ଚଳ ସମେତ କ୍ଲାସ ରୁମ୍ ପାଖାପାଖି ଥିବା ଗଛରେ ନିଆଁ ଲାଗିଥିବା ନଜରକୁ ଆସୁଛି । ତେବେ ତୁରନ୍ତ ଏହାର ପ୍ରତିକାର କରିବାକୁ ସବୁ ମହଲରୁ ଦାବି ହୋଇଛି । ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ମଧ୍ୟ ସନ୍ଧ୍ୟା ସମୟରେ କ୍ୟାମ୍ପସରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଠିକ୍ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ ଚଳିତ ସପ୍ତାହ ମଧ୍ୟରେ ବାଣୀବିହାରରେ ଦ୍ବିତୀୟ ଥର ପାଇଁ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର ଭିତରେ ଥିବା ଜଙ୍ଗଲରେ ଲାଗିଲା ନିଆଁ । ଗତ ସୋମବାର 4 ଘଣ୍ଟା ହେଲା ବିଶ୍ଵବିଦ୍ୟାଳୟ ଜଙ୍ଗଲ ଜଳୁଥିଲା । ନିଆଁ ଲିଭାଇବା ଚେଷ୍ଠା କରି ନୟାନ୍ତ ହୋଇଥିଲେ ବାଣୀବିହାରର ସିକ୍ୟୁରୁଟି ଗାର୍ଡ । ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details