ଖୋର୍ଦ୍ଧା:ଅଗ୍ନିକାଣ୍ଡରେ ପାଞ୍ଚ ପରିବାରର 10 ବଖରା ଭସ୍ମୀଭୂତ । ରବିବାର ରାତିରେ ଖୋର୍ଦ୍ଧା ବ୍ଲକ ନରଗଡ଼ ପଞ୍ଚାୟତର ହାଡପଦା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୫ ପରିବାର ପ୍ରାୟ ୧୦ ବଖରା ଘର ଜଳି ପୋଡି ପାଉଁଶ ହୋଇଛି ।
ଅଗ୍ନିକାଣ୍ଡରେ 5 ପରିବାରର 10 ବଖରା ଭସ୍ମୀଭୂତ - ଖୋର୍ଦ୍ଧା ଅଗ୍ନିକାଣ୍ଡ ନ୍ୟୁଜ
ରବିବାର ରାତିରେ ଖୋର୍ଦ୍ଧା ବ୍ଲକ ନରଗଡ଼ ପଞ୍ଚାୟତର ହାଡପଦା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୫ ପରିବାର ପ୍ରାୟ ୧୦ ବଖରା ଘର ଜଳି ପୋଡି ପାଉଁଶ ହୋଇଛି । ଅଧିକ ପଢନ୍ତୁ...
ଅଗ୍ନିକାଣ୍ଡରେ 5 ପରିବାରର 10 ବଖରା ଭସ୍ମୀଭୂତ
ଗତ ବିଳମ୍ବିତ ରାତିରେ ସୁଧୀର ଜେନା, ଧନେଶ୍ବର ଜେନା, ଗଙ୍ଗାଧର ଜେନା ଆଦି ୫ ପରିବାରର ସମସ୍ତ ଘର ନିଆଁ ଲାଗି ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ପିନ୍ଧା ଲୁଗା ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ। ବିପନ୍ନ ଲୋକମାନେ ଖୋଲା ଆକାଶ ତଳେ ପଡି ରହିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ