ଖୋର୍ଦ୍ଧା: କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସୋମବାର ପୂର୍ବତନ ପୋଲିସ ପ୍ରଶାସକ ତଥା ବିଜେଡିର ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକଙ୍କ ନାଁରେ ବେଗୁନିଆ ଥାନାରେ ଏତଲା ଦାଖଲ କରିଛନ୍ତି ଇନ୍ଦ୍ରମଣି ରଣସିଂହ ।
ଅଭିଯୋଗ ଅନୁଯାୟୀ, ଗଣମାଣିତୀର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ଗତ ଦୁଇ ତାରିଖରେ ଭେଟିଥିବା ବେଳେ ଅରୂପ ପଟ୍ଟନାୟକ କୋଭିଡ ନିୟମକୁ ଉଲଙ୍ଘନ କରିଥିବା ନେଇ ଇନ୍ଦ୍ରମଣି ରଣସିଂହ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଗଣମାଣିତୀ ଗ୍ରାମରେ ପୂର୍ବରୁ ବହୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କିପରି ଜଣେ ପୋଲିସ ପ୍ରଶାସକ କୋଭିଡ ନିୟମକୁ ଉଲଙ୍ଘନ କଲେ ସେ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଇନ୍ଦ୍ରମଣି ।