ଓଡିଶା

odisha

ETV Bharat / state

Odisha Budget 2023: ଉଚ୍ଚ ଶିକ୍ଷା ପାଇଁ 3173କୋଟି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନୂଆ ଯୋଜନା

ଆର୍ଥିକ ବର୍ଷ 2023-24 ପାଇଁ ଶିକ୍ଷା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଉଚ୍ଚଶିକ୍ଷା ପାଇଁ 3173 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଅଧିକ ପଢନ୍ତୁ

Odisha Budget 2023
ଶିକ୍ଷା ବଜେଟ 2023

By

Published : Feb 24, 2023, 5:42 PM IST

Updated : Feb 24, 2023, 6:11 PM IST

ଭୁବନେଶ୍ବର:ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଥମେ କୃଷି ବଜେଟ ଉପସ୍ଥାପନ ପରେ ଅନ୍ୟ ବିଭାଗ ପାଇଁ ବଜେଟ ଉପସ୍ଥାପନ କରିଥିଲେ । ଶିକ୍ଷା ବଜେଟରେ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 30,030 କୋଟି ବ୍ୟୟ ବରାଦ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପାଇଁ 3 ହଜାର 173 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଭିତ୍ତିଭୂମି ବିକାଶ ପାଇଁ 163 କୋଟି ଟଙ୍କା, ମୋ କଲେଜ ଅଭିଯାନ ପାଇଁ 170 କୋଟି ଏବଂ ବିଜୁ ସଶକ୍ତୀକରଣ ଯୋଜନାରେ ଲାପଟପ୍ ବଣ୍ଟନ ପାଇଁ 50 କୋଟି ଟଙ୍କା ଅନ୍ତର୍ଭକ୍ତ ହୋଇଛି ।

ଏଥର ବଜେଟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଛନ୍ତି । 34,500 ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ଦିଆଯିବ । 118 ଜଣ ନେତୃତ୍ବ ପୁରସ୍କାର, 2000 ମୋଧାବୀଙ୍କୁ ବୃତ୍ତି ଦିଆଯିବ । ମାଧ୍ୟମିକ ସ୍କୁଲରେ 700 ଶିକ୍ଷକ, 419 ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ । ମୋ ସ୍କୁଲ ଅଭିଯାନ ପାଇଁ 805 କୋଟି ବ୍ୟୟ ବରାଦ ହୋଇଛି । ମାଧ୍ୟମିକ ସ୍କୁଲରେ 7540 ଶିକ୍ଷକ ନିଯୁକ୍ତ ହେବେ । 106ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ । 6 ହଜାର 25ଟି ଏଲଟିଆର ପଦବୀ ସୃଷ୍ଟି କରାଯିବ । 1799 କନିଷ୍ଠ ସହାୟକ ଓ 335 ପିଜିଟି ନିଯୁକ୍ତି ପାଇବେ ।

ପୁରୀର ସତ୍ୟବାଦୀ ଠାରେ ଡିସେମ୍ବର ସୁ୍ଦ୍ଧା ନିର୍ମାଣ ହେବାକୁ ଥିବା ଓଡିଆ ବିଶ୍ବ ବିଦ୍ୟାଳୟ ପାଇଁ 20 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ 9 ଶହ 86 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପୂର୍ବ ବର୍ଷ ତୁଳନାରେ 22 ପ୍ରତିଶତ ଅଧିକ ।

ଏହା ବି ପଢନ୍ତୁ...Odisha Budget 2023: କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ

ପ୍ରକାଶ ଥାଉ କି, ଏଥର ରାଜ୍ୟ ବଜେଟ 2 ଲକ୍ଷ 30 ହଜାର କୋଟି ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ 30 ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳାନାରେ ଚଳିତ ବର୍ଷ ବଜେଟ 15 ପ୍ରତିଶତ ବୃଦ୍ଧି ହୋଇଛି । ଗୃହ ବିଭାଗ ପାଇଁ 7313. 61 କୋଟି ବ୍ୟୟ ବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ 1586. 72 କୋଟି ବ୍ୟୟ ବରାଦ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ 3, 764 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରଥମେ କୃଷି ବଜେଟ ଆଗତ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2023, 6:11 PM IST

ABOUT THE AUTHOR

...view details