ଭୁବନେଶ୍ବର:ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ଆସିପାରେ 2023-24 ଆର୍ଥିକ ବର୍ଷର ବଜେଟ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବଜେଟ ପ୍ରସ୍ତୁତ ନେଇ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ପ୍ରି ବଜେଟ ପରାମର୍ଶ ବୈଠକ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷ୍ୟତାରେ ବସିଛି ବୈଠକ ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଗାମୀ ବଜେଟ ପ୍ରସ୍ତୁତି ନେଇ ପ୍ରକ୍ରିୟା ଆରମ୍ଭ ହାେଇଛି । ବଜେଟ ପ୍ରସ୍ତୁତି ନେଇ ଆରମ୍ଭ ହୋଇଛି ପ୍ରି-ବଜେଟ ପରାମର୍ଶ ବୈଠକ । ରାଜ୍ୟ ଅତିଥି ଭବନରେ ବୈଠକ ବସିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତାରେ ବୈଠକ ବସିଛି । ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ବୈଠକରେ ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ସଚିବ ଓ ଅଧକାରୀ ମାନେ ଉପସ୍ଥିତ ଅଛନ୍ତି । ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଆସନ୍ତା ଫେବ୍ରୁଆରୀ 3ୟ ସପ୍ତାହରେ ଆସିପାରେ 2023-24 ଆର୍ଥିକ ବର୍ଷର ବଜେଟ । ବଜେଟରେ କିଛି ବଡ ଓ ନୂଆ ସ୍କିମ ଆଣିପାରନ୍ତି ରାଜ୍ୟ ସରକାର ।
ଏହା ବି ପଢନ୍ତୁ....Cold wave shock: ହୃଦଘାତ ଓ ମସ୍ତିଷ୍କ ଆଘାତରେ ଗୋଟିଏ ଦିନରେ 25 ମୃତ