ଓଡିଶା

odisha

ETV Bharat / state

ଆନ୍ତଃଜିଲ୍ଲା 19 ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତା, ଫାଇନାଲରେ ଭୁବନେଶ୍ୱର ବି ଚମ୍ପିଆନ - ଫାଇନାଲ ମ୍ୟାଚ ରେ ଟ୍ରଫି ହାତେଇଛି ଭୁବନେଶ୍ୱର ବି

ଆନ୍ତଃଜିଲ୍ଲା 19 ବର୍ଷ ରୁ କମ କ୍ରିକେଟ ପ୍ରତିଯୋଗିତା ସରିଯାଇଛି । ରେଷ୍ଟ ଅଫ ଓଡିଶାକୁ ପଛରେ ପକାଇ ଫାଇନାଲରେ ଭୁବନେଶ୍ୱର ବି ଚମ୍ପିଆନ । ଅଧିକ ପଢନ୍ତୁ

inter district cricket tournament
inter district cricket tournament

By

Published : Feb 26, 2023, 9:23 PM IST

inter district cricket tournament

କଟକ: ଶେଷ ହେଲା ଆନ୍ତଃଜିଲ୍ଲା 19 ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତା । ଫାଇନାଲ ରେ ରେଷ୍ଟ ଅଫ ଓଡିଶାକୁ 4 ୱିକେଟରେ ହରାଇ ଭୁବନେଶ୍ୱର ବି ଚମ୍ପିଆନ ହୋଇଛି । ସାୟିଦ ଟି ଅହମ୍ମଦଙ୍କ ଚିତାକର୍ଷକ ବୋଲିଂ ଯୋଗୁଁ ଫାଇନାଲ ମ୍ୟାଚରେ ଟ୍ରଫି ହାତେଇଛି ଭୁବନେଶ୍ୱର ବି । ବାରବାଟୀ ଷ୍ଟାଡିଅମରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଭୁବନେଶ୍ୱର ବି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ବିପକ୍ଷ ଦଳ 48 ଓଭରରେ ସମସ୍ତ ୱିକେଟ ହରାଇ 135 ରନ ସଂଗ୍ରହ କରିଛି ।

ତେବେ ଦଳ ପକ୍ଷରୁ ଗୌରବ କୁମ୍ଭାର ସର୍ବାଧିକ 46 ରନ ଜରିଆରେ ଦଳ ଏହି ସ୍କୋରରେ ପହଞ୍ଚିଥିଲା । ଜବାବ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ହାତରେ 4 ୱିକେଟ ରଖି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭୁବନେଶ୍ବର ବି ଟିମ । ଦଳ ପକ୍ଷରୁ କରନ ମହାପାତ୍ର ସର୍ବାଧିକ 44, ଏମ ଜି ଗୋପାଳ 37 ରନ ଜରିଆରେ ଦଳ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭୁବନେଶ୍ୱର ଦଳ ପକ୍ଷରୁ ସାୟିଦଙ୍କ ଦମଦାର ବୋଲିଂ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ଏଥିସହ ଏହି ଫାଇନାଲ ମୁକବିଲାରେ ଓସିଏ ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

ସେହିପରି ସମ୍ପାଦକଙ୍କ କହିବାନୁସାରେ, ଓସିଏର ଭିଜନ 2024 ଅନୁଯାୟୀ ପ୍ରତିଜିଲ୍ଲାର ଭଲ ଭଲ ଖେଳାଳି ଏହି ପ୍ରତିଯୋଗିତା ମାଧ୍ୟମରେ ଆଗକୁ ଆସିଛନ୍ତି । ଆଗକୁ ଆହୁରି ମେଗା ପ୍ରତିଯୋଗିତା ଆୟୋଜନ କରାଯିବ । ଯେଉଁଥିରେ ଏହି ପ୍ରତିଭାମାନେ ଅଂଶ ଗ୍ରହଣ କରି ଓସିଏ ପାଇଁ ଆଗାମୀ ଦିନର ଭବିଷ୍ୟତ ଗଢ଼ା ହୋଇ ପାରିବେ । ବର୍ତ୍ତମାନଠୁ ତୃଣମୂଳ ସ୍ତରରୁ ଭଲ ଖେଳାଳି ସୃଷ୍ଟି ହେଉଛନ୍ତି । ଭଲ କୋଚିଂ ବ୍ୟବସ୍ଥା ସାଙ୍ଗକୁ ପ୍ରତିଜିଲ୍ଲାରେ ଯେଉଁ ଟ୍ରଫ ପିଚ ନେଇ ଯୋଜନା ହୋଇଛି ତାହା ଆଗାମୀ ଦିନରେ ଓଡିଶା କ୍ରିକେଟ ପାଇଁ ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

ଆଗାମୀ ଦିନରେ ଏହିଭଳି ଆୟୋଜନ କରିବ ଓସିଏ । କାହିଁକି ନା ଅନେକ ଲୁକାୟିତ ପ୍ରତିଭା ଓଡିଶାରେ ରହି ଯାଉଛନ୍ତି । କ୍ରିକେଟର ବିକାଶ କରିବା ପାଇଁ ତୃଣମୂଳ ସ୍ତରରୁ ଯୁବ କ୍ରିକେଟର ଖୋଜିବା ପ୍ରଚେଷ୍ଟା ଜାରି ରଖିଛି ଓସିଏ । ଆଉ ଏହି ପ୍ରତିଯୋଗିତା ନିଶ୍ଚୟ ରୂପେ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଛି । କାରଣ ଅନେକ ଯୁବ କ୍ରିକେଟର ବର୍ତ୍ତମାନ ଭଲ କ୍ରିକେଟ ଖେଳି ପାରୁଛନ୍ତି । ତେବେ ଏହି ଭିଜନ 2024ରେ ଓସିଏକୁ ସଫଳତା ମିଳିବ ବୋଲି କହିଛନ୍ତି ସମ୍ପାଦକ।

ଇଟିଭି ଭାରତ, କଟକ

ABOUT THE AUTHOR

...view details