ଭୁବନେଶ୍ବର:ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ଶିକାର ହୋଇଥିବା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ(Film Producer Pramod Swain) ମଙ୍ଗଳବାର ଇଡିରେ ହାଜର ହୋଇଥିଲେ । ନାଗ ଦମ୍ପତିଙ୍କ ସମ୍ପର୍କରେ ତାଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଳଶାଳୟ । ତେବେ ବ୍ଲାକମେଲର ଅର୍ଚ୍ଚନା ପ୍ରମୋଦଙ୍କ ଘରେ ରହୁଥିବା ସମୟରେ କିଭଳି ବ୍ଲାକମେଲିଂର ମଞ୍ଜି ପୋତିଥିଲେ ଏବଂ ୨୦୦୭ରେ ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଥିବା ମାମଲାର ସତ୍ୟତା ସମ୍ପର୍କରେ ପ୍ରମୋଦଙ୍କୁ ଇଡି ପଚରାଉଚରା କରିଥିବା ଜଣାପଡିଛି ।
ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା, କହିଲେ ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା - ପ୍ରମୋଦ ସ୍ବାଇଁଙ୍କୁ ୧୨ ଘଣ୍ଟା ଜେରା
ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ୧୨ ଘଣ୍ଟା ଜେରା କରିଲା ଇଡି । ପୂର୍ବରୁ ପ୍ରମୋଦଙ୍କ ଘରେ ଭଡା ରହୁଥିଲେ ଅର୍ଚ୍ଚନା । ଅଧିକ ପଢନ୍ତୁ
ଇଡି ଅଫିସରୁ ବାହାରିବା ପରେ ପ୍ରମୋଦ କହିଛନ୍ତି,"ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ମୋ ଘରେ ଭଡାରେ ରହୁଥିଲେ । ଅର୍ଚ୍ଚନା ଭଡା ଠିକ ସମୟରେ ଦେଉନଥିଲେ । ମୁଁ ପଇସା ମାଗିଲେ ମଧ୍ୟ ସେ ମନା କରୁଥିଲେ । ଏହାସହ ମୋତେ ଓଲଟା ୫ଲକ୍ଷ ଟଙ୍କା ମାଗୁଥିଲା । ଏନେଇ ମୁଁ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲି । ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା । ଅର୍ଚ୍ଚନାର ଭଡା ୬ହଜାର ଶ୍ରଦ୍ଧାଞ୍ଜଳିର ୩ହଜାର ଥିଲା । କିନ୍ତୁ ସେ ସେତିକି ମଧ୍ୟ ଭଡା ଦେଇପାରୁନଥିଲେ । ସେ କେମିତିକା ଆପଣମାନେ ସବୁ ଜାଣିଛନ୍ତି ।"
ଅନ୍ୟପଟେ ନାଗ ଦମ୍ପତ୍ତି ଆଜି କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି । ଏହି ମାମଲାରେ ସମନ କରାଯାଇଥିବା ୧୫ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ପଚରାଉଚରା କରିସାରିଛି ଇଡି ।
ଇଟିଭି ଭାରତ, ଭୁବନେଶ୍ବର