ଓଡିଶା

odisha

ETV Bharat / state

Archana Nag Case: ଦ୍ବିତୀୟ ଥର ପାଇଁ EDରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ - ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଅଧିକ ପଢନ୍ତୁ

Archana Nag Case
Archana Nag Case

By

Published : Dec 2, 2022, 11:13 AM IST

Updated : Dec 2, 2022, 12:37 PM IST

ଭୁବନେଶ୍ବର:ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଗତ ୨୯ ତାରିଖରେ ପ୍ରମୋଦ ସ୍ବାଇଁକୁ ଇଡି ୧୨ ଘଣ୍ଟା ଜେରା କରିଥିବା ବେଳେ ଆଜି ପୁଣି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ (Film Producer Pramod Swain Appears Second time in ED) ।

Archana Nag Case

ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ପ୍ରଥମେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିବା ପରେ ଜଗବନ୍ଧୁଙ୍କ ଭାଇଙ୍କୁ ଜେରା କରିଥିଲା ଇଡି । ଏହାପରେ ଜଣେ ବ୍ୟବସାୟୀ ଓ ଅର୍ଚ୍ଚନା ଚଳାଉଥିବା କାର ଶୋ ରୁମର ମାଲିକକୁ ପଚରାଉଚରା କରାଯାଇଥିଲା । ଗତ ବୁଧବାର ଦ୍ବିତୀୟ ଥର ପାଇଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଅର୍ଚ୍ଚନାର ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହଁ ଜେରା କରିଥିଲା ଇଡି । ଗୁରୁବାର ଇଡିରେ ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ହାଜର ହୋଇ ତଥ୍ୟ ରଖିଥିଲେ । ଏହାପରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ସହ ଖଗେଶ୍ବରଙ୍କ ସହଯୋଗୀ ଚନ୍ଦନକୁ ଜେରା କରିଥିଲା । ଏହା ପରେ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ପ୍ରମୋଦ ସ୍ବାଇଁକୁ । ଆଜି ପ୍ରଯୋଜକଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳି ପାରେ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା, କହିଲେ ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା

ସୂଚନାଅନୁସାରେ, ଅର୍ଚ୍ଚନାଙ୍କୁ ହିରୋଇନ୍ କରିଦେବାର ସ୍ବପ୍ନ ଦେଖାଇ ପ୍ରଥମ କେସ ଫାଇଲ ହୋଇଥିବା ଫିଲ୍ମ ପ୍ରଯୋଜକ ହେଉଛନ୍ତି ପ୍ରମୋଦ ସ୍ବାଇଁ । ଯାହାଙ୍କ ନାଁରେ ୧୬ନଭେମ୍ବର ୨୦୧୭ରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା । ଏହାସହ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରମୋଦଙ୍କ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ।

ପ୍ରଥମ ଦିନ ଜେରା ପରେ ଇଡି ଅଫିସରୁ ବାହାରିବା ପରେ ପ୍ରମୋଦ କହିଥିଲେ,"ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ମୋ ଘରେ ଭଡାରେ ରହୁଥିଲେ । ଅର୍ଚ୍ଚନା ଭଡା ଠିକ ସମୟରେ ଦେଉନଥିଲେ । ମୁଁ ପଇସା ମାଗିଲେ ମଧ୍ୟ ସେ ମନା କରୁଥିଲେ । ଏହାସହ ମୋତେ ଓଲଟା ୫ଲକ୍ଷ ଟଙ୍କା ମାଗୁଥିଲା । ଏନେଇ ମୁଁ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲି । ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା । ଅର୍ଚ୍ଚନାର ଭଡା ୬ହଜାର ଶ୍ରଦ୍ଧାଞ୍ଜଳିର ୩ହଜାର ଥିଲା । କିନ୍ତୁ ସେ ସେତିକି ମଧ୍ୟ ଭଡା ଦେଇପାରୁନଥିଲେ । ସେ କେମିତିକା ଆପଣମାନେ ସବୁ ଜାଣିଛନ୍ତି ।"

ତେଣୁ ଅର୍ଚ୍ଚନାଙ୍କ ସହ ହୋଇଥିବା ବିବାଦ ପାଇଁ ପ୍ରମୋଦ ସ୍ବାଇଁ କିଛି ଟଙ୍କା ଦେଇଥିଲେ କି? ତାଙ୍କ ସହ କିଛି ଆର୍ଥିକ କାରବାର ଥିଲା କି? ଏ ତମାମ ପ୍ରଶ୍ନର ଉତ୍ତର ଜାଣିବାକୁ ଇଡି ପ୍ରମୋଦ ସ୍ବାଇଁଙ୍କୁ ଘନ ଘନ ଜେରା କରୁଛି। ଏନେଇ ଦ୍ବିତୀୟ ଥର ପାଇଁ ପ୍ରମୋଦ ଇଡିରେ ହାଜର ହୋଇ ନିଜର ତଥ୍ୟ ରଖୁଛନ୍ତି ପ୍ରମୋଦ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 2, 2022, 12:37 PM IST

ABOUT THE AUTHOR

...view details