ଓଡିଶା

odisha

ETV Bharat / state

ଅଫିସରରାଜ ବନାମ ନେତାଗିରି, ରାଜଧାନୀରେ ହାଇଭୋଲଟେଜ କଳି

ପଦାରେ ପଡିଲା ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ଏମଡି ଓ ଅଧ୍ୟକ୍ଷଙ୍କ କଳି । ଥାନାରେ ମାମଲା । ଅଧିକ ପଢନ୍ତୁ

odisha cooperative housing Corporation
odisha cooperative housing Corporation

By

Published : Jun 24, 2023, 11:37 AM IST

Updated : Jun 25, 2023, 10:26 PM IST

odisha cooperative housing Corporation

ଭୁବନେଶ୍ବର: ରାଜ୍ୟରେ ଅଫିସରରାଜ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଅଫିସର ଓ ନେତାଙ୍କ ମଧ୍ୟରେ କଳି । ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ବୈଠକରେ ମୁହାଁମୁହିଁ ହେଲେ ସରକାରୀ ଅଧିକାରୀ ଓ ନେତା । ବୈଠକ ବେଳେ କଥା କଟାକଟି ପରେ ଥାନାରେ ପହଞ୍ଚିଲା ମାମଲା । ଉଭୟ ପକ୍ଷ ମାଡ ମରାମରି ସହ ଗଣ୍ଡଗୋଳ ହୋଇଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ଏମଡି ଭକ୍ତବନ୍ଧୁ ସାହୁ ଓ ନିଗମର ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି । ଖାରବେଳ ନଗର ଥାନା ପୋଲିସ ବିଶ୍ବରଞ୍ଜନ ମହାନ୍ତିଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିଛି । ସେପଟେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ଗତକାଲି (ଶୁକ୍ରବାର) ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ବୈଠକ ବସିଥିଲା । ବୈଠକରେ ଏମଡି ଡାଇରେକ୍ଟରଙ୍କ ସହ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ପ୍ରତିନିଧି ଉପସ୍ଥିତି ଥିଲେ । ଏନେଇ ବୈଠକ ସମୟରେ କିଛି କାରଣ ନେଇ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି ଓ ଏମଡି ଭକ୍ତବନ୍ଧୁ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏମଡି ଭକ୍ତବନ୍ଧୁ ସାହୁ ବିଶ୍ବରଞ୍ଜନ ମହାନ୍ତିଙ୍କ ବିରୋଧରେ ଥାନାରେ ମାଡ ମାରିଥିବା ଅଭିଯୋଗ ଆଣିଥିଲେ । ଏହାପରେ ଖାରବେଳ ନଗର ଥାନା ପୋଲିସ ବିଶ୍ବରଞ୍ଜନ ମହାନ୍ତିଙ୍କୁ ଡକାଇ ପଚରାଉଚରା କରିଥିଲା ।

ଅନ୍ୟପଟେ ଏମଡି ଭକ୍ତବନ୍ଧୁ ସାହୁ ଜଣେ ନିର୍ଦ୍ଦେଶକଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ସହ ମାଡ ମାରିଥିବା ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା । ତେବେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ନିର୍ଦ୍ଦେଶକ ଅଭିଯୋଗ କରିଛନ୍ତି ଯେ, ଓଡିଶାରେ ହାଉସ ବିଲ୍ଡିଂ ଅଫିସ ଅଚଳ ହୋଇପଡିଛି, ଷ୍ଟାପ ମାନେ କିପରି ଦରମା ପାଇବେ ଏନେଇ ମୁଁ ଏମଡି ଭକ୍ତବନ୍ଧୁ ସାହୁଙ୍କୁ ପ୍ରଶ୍ନ କରିଥିଲି । ସେ କିନ୍ତୁ ମୋ କଥା ଶୁଣିବା ପରିବର୍ତ୍ତେ ମୋ ଜାତି ନେଇ ଆକ୍ଷେପ କରିଥିଲେ । ଏହାପରେ ମୋତେ ମାଡ ମଧ୍ୟ ମାରିଥିଲେ । ଅଫିସର ଓ ନେତାଙ୍କ ମଧ୍ୟରେ ଏହି ହାଇଭୋଲଟେଜ କଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ । ନିଗମର ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କୁ କେବଳ ପଚରା ଉଚରା କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2023, 10:26 PM IST

ABOUT THE AUTHOR

...view details